ଆର୍‌ଏସ୍‌ପିରେ ଗ୍ୟାସ୍‌ ଲିକ୍‌: ଆଖିବୁଜିଲେ ୨

ରାଉରକେଲା ଅଫିସ, ୬।୧: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋଲ କେମିକାଲ ବିଭାଗରେ ବୁଧବାର ସକାଳ ପ୍ରାୟ ୧୦ଟାରେ ଘଟିଛି ଅଘଟଣ। ମରାମତି କାମ ଚାଲିଥିବା ବେଳେ ଗ୍ୟାସ ଲିକ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦ୍ୱୟଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ସମସ୍ତ ମୃତାହତ ଠିକା ଶ୍ରମିକ ଷ୍ଟାର ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି।
ଖବର ପାଇ ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ, ସୁରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଏହି ଘଟଣାକୁ ନେଇ ଶ୍ରମିକ ସଂଗଠନ ମହଲରେ ଆସନ୍ତୋଷ ଦେଖାଦେଇଛି l ଗ୍ୟାସ ଲିକ୍‌ ଘଟଣାର ତଦନ୍ତକରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଦାବି ହେଉଛି।

Share