ହଦଗଡ ଡ୍ୟାମ୍‌ରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ

ହାଟଡିହୀ,୧୨।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀ ହଦଗଡ ଡ୍ୟାମ୍‌ରେ ଗାଧୋଉଥିବାବେଳେ ୨ ଜଣ ଜଣ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ଏହି ୨ ଜଣଙ୍କର ପ୍ରକୃତ ପରିଚୟ ଜଣାପଡି ନ ଥିବାବେଳେ ଏମାନେ ଭଦ୍ରକ ଜିଲା ଅଧୀନ ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି କୁହାଯାଉଛି। ସୋସୋ ଥାନା ଅଧିକାରୀ ବିଜୟ ବିହାରୀ କହିଛନ୍ତି, ୨ ଜଣ ଗାଧୋଉଥିବାବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। କିନ୍ତୁ ସେମାନଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଣିରେ ଭାସୁଥିବା ମୃତଦେହକୁ ଅଗ୍ନିଶମ ବିଭାଗ ଆସିବା ପରେ ଉଦ୍ଧାର କରାଯିବ।