୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷାଫଳ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳକୁ ପରୀକ୍ଷାର୍ଥୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ପରିଷଦ ପକ୍ଷରୁ ତାରିଖ ସ୍ଥିର ହୋଇପାରୁନାହିଁ। ପ୍ରଥମେ ୨୮ତାରିଖରେ ପରୀକ୍ଷାଫଳ ଘୋଷଣା ତାରିଖ ଜଣାପଡ଼ିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ତାହା ହୋଇ ନ ଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରକ୍ରିୟା ସମାପ୍ତ ହେବା ସହ ୩୧ ତାରିଖ ପୂର୍ବରୁ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି କୁହାଯାଇଥିଲା। ମାତ୍ର ସୋମବାର ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନ ଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା ୩୧ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବା ଲାଗି ୩ଲକ୍ଷ ୫୭ ହଜାର ୯୪୨ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ରହିଥିଲେ। ସେହିପରି ଯୁକ୍ତ୨ ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୫,୮୬୨ଜଣ ଛାତ୍ରୀଛାତ୍ର ରହିଥିଲେ। ଅନ୍ୟପଟେ ଯୁକ୍ତ ୨ ପରୀକ୍ଷା ଦେବା ପାଇଁ ଏକ୍ସରେଗୁଲାର ବର୍ଗର ୧ଲକ୍ଷ ୭୭ହଜାର ୨୦୪ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ଓଡ଼ିିଶାର ୧,୧୪୫ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ଚଳିତ ବର୍ଷ ୨ଟି ପର୍ଯ୍ୟାୟରେ ଯୁକ୍ତ୨ ଖାତାଦେଖା ଆରମ୍ଭ ହୋଇଥିଲା। ଏପ୍ରିଲ ୧୦ରୁ ଆରମ୍ଭ ହୋଇ ମେ’ ୫ ତାରିଖ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫଲାଇନରେ ଖାତା ମୂଲ୍ୟାୟନ କରାଯାଇଥିଲା।
ସର୍ବଭାରତୀୟ ସ୍ତରରେ ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ନଜରରେ ରଖି ମେ’ ମାସ ମଧ୍ୟ ଭାଗରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଏପର୍ଯ୍ୟନ୍ତ ପରୀକ୍ଷାଫଳ ପ୍ରକାଶ ନେଇ କୌଣସି ସ୍ପଷ୍ଟ ସୂଚନା ନ ମିଳିବାରୁ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଜୁନ ୮ରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ ପ୍ରକାଶ ନେଇ କୁହାଯାଉଥିଲେ ମଧ୍ୟ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର

ବାରିପଦା,୪।୧୨: ଆଜି ପୁରୀ ବେଳାଭୂମିରେ ପାଳନ ହେଉଛି ନୌସେନା ଦିବସ। ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏହି ପରିପ୍ରେକ୍ଷୀରେ ନୌସେନାର ଏକ ହେଲିକପ୍ଟରର ମୟୁରଭଞ୍ଜ...

ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ…

ଗଜପତି,୪।୧୨(ଗିରିଧାରୀ ପରିଛା): ପୁଣି ଗୋରୁକୁ ମାରି ଖାଇଲା ମହାବଳ। ଗୁହାଳରୁ ଘୋଷାଡି ନେଇ ଖାଇଲା ମହାବଳ। କହ୍ନେଇପୁର ନିକଟ ଅନ୍ଧାରିଝୋଳା ଗାଁର ଘଟଣା ବିଳମ୍ବିତ ରାତ୍ରୀରେ...

ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ...

୧୦ ବର୍ଷରେ ଦାଦନରେ ମୃତ୍ୟୁବରଣ କରିଛନ୍ତି ୪୦୩: ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୪ା୧୨(ଅନିଲ ଦାସ):ଓଡ଼ିଶାରୁ ବାହାର ରାଜ୍ୟକୁ ଗତ ୧୦ବର୍ଷରେ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୪୦୩ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ...

ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର

କଟକ,୩ା୧୨ (କାର୍ତ୍ତିକ ସାହୁ): ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ଆଜି ପର୍ଯ୍ୟନ୍ତ ନିଖୋଜ ଥିବା ଶିଶୁମାନଙ୍କୁ...

ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି...

ବାଇକ୍‌ରେ ୩ ସାଙ୍ଗ ଆସୁଥିବା ବେଳେ ବସ୍‌ ସହ ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ଆଉ ଦୁଇ ଗୁରୁତର

ଭୋଗରାଇ, ୩l୧୧( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟପଥ ଥାନା ଛକ ଦେହୁର୍ଦ୍ଦା ହନୁମାନ...

ବାସଭବନରେ ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମାଧାନର ଦେଲେ ଆଶ୍ବାସନା

ଭୁବନେଶ୍ୱର,୩।୧୨: ମଙ୍ଗଳବାର ସକାଳେ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନକୁ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri