ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର,୧୭ା୮: ୨୦୨୪ ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର ପାଇଁ ପ୍ରାୟ ୬ମାସ ପୂର୍ବରୁ ଫର୍ମ ଫିଲ୍‌ଅପ୍‌ଠାରୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ପରିଷଦ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଏକ୍ସରେଗୁଲାର ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ଜରିଆରେ ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ଫର୍ମ୍‌ ଫିଲଅପ୍‌ କରିବେ। ସେହିପରି ରେଗୁଲାର ଛାତ୍ରୀଛାତ୍ର ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମଫିଲପ୍‌ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଡିସେମ୍ବର ୨୫ ସୁଦ୍ଧା ପିଲାମାନେ ଅନ୍‌ଲାଇନ୍‌ରେ ଆଡମିଟ କାର୍ଡ ପାଇବେ। ବାର୍ଷିକ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ ବୋଲି ପରିଷଦ ସୂଚନାରୁ ଜଣାପଡ଼ିଛି।

Share