ଡାକ୍ତର ସାଜିଥିବା ବୁଖାରୀ +୨ ଫେଲ୍‌

ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମିର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ମାରାଥନ୍‌ ଜେରା କରୁଛି। ଏଭଳିସ୍ଥିତିରେ ଶୁକ୍ରବାର ବୁଖାରୀଙ୍କ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଏସ୍‌ଟିଏଫ୍‌ ନିକଟରେ ପହଞ୍ଚତ୍ଛି। ବୁଖାରୀ ଏକାଧିକ ଲୋକଙ୍କ ସହ ଫୋନ୍‌ କଲ୍‌ ଓ ହ୍ବାଟ୍ସଆପ୍‌ରେ ଚାଟ୍‌ କରୁଥିଲେ ବୋଲି ଜଣାପଡ଼ିଛି। ଏଥିସହ ବୁଖାରୀଙ୍କ ଫୋନ୍‌ରୁ ଡିଲିଟ୍‌ ହୋଇଥିବା ଭଏସ୍‌ ମେଜେସ୍‌ ମଧ୍ୟ ରିକଭରି ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ବୁଖାରୀଙ୍କ ମୋଟ ୯ଟି ବ୍ୟାଙ୍କ ଆକାଉଣ୍ଟରେ ବହୁ ଟଙ୍କା କାରବାର ହୋଇଛି। କେତେ ଟଙ୍କା କେଉଁମାନେ ପଠାଇଛନ୍ତି ତାହା ଜାଣିବାକୁ ଏସ୍‌ଟିଏଫ୍‌ ଯାଞ୍ଚ ଜାରି ରଖିଛି। ଏହା ଭିତରେ ବୁଖାରୀଙ୍କ ସମ୍ପର୍କରେ ଆଉ କିଛି ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେ ଯୁକ୍ତ ୨ ଫେଲ୍‌ ହୋଇଥିବା ବେଳେ ୬ଟି ଭାଷାରେ କଥା ହୋଇପାରୁଥିଲେ। ବିଭିନ୍ନ ଭାଷା ଜାଣିଥିବାରୁ ସେ ଏକାଧିକ ରାଜ୍ୟର ଯୁବତୀଙ୍କୁ ଫସାଇ ପାରୁଥିଲେ। କିଛିଦିନ ଭିତରେ କଶ୍ମୀର ପୋଲିସ ଓଡ଼ିଶାରେ ପହଞ୍ଚତ୍ ବୁଖାରୀଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ତେବେ ଶନିବାର ୫ ଦିନିଆ ରିମାଣ୍ଡ ଅବଧି ସରୁଥିବାରୁ ବୁଖାରୀଙ୍କ ପାଖରୁ ଅଧିକ ଗୁମର କାଢ଼ିବାକୁ ଆଶା ରଖିଛି ଏସ୍‌ଟିଏଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ମାଟିର ପୁଅ ଶହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର,୩୧।୩: କେନ୍ଦୁଝରର ଶହୀଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ...

ସରିଲା ରେଲଓ୍ବେ ଟ୍ରାକ୍‌ ମରାମତି କାମ, ଖୁବ୍‌ଶୀଘ୍ର ଚାଲିବ ଟ୍ରେନ୍‌

ଚୌଦ୍ୱାର,୩୧।୩:କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍‌ ମରାମତି...

ସରିଆସୁଛି ବଜେଟ ଅଧିବେଶନ: ଆଲୋଚନାରେ ବିଜେଡି, ଭାଜପା; ବାହାରେ କଂଗ୍ରେସ

ଭୁବନେଶ୍ୱର,୩୧।୩(ରବିନାରାୟଣ ଜେନା): ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଆଉ ୪ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରେ ୨ଟି ଅଫିସିଆଲ ବିଜ୍‌ନେସ୍‌ ରହିଥିବାବେଳେ...

ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ

ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ସନ୍ଧ୍ୟା ୫ରୁ ରାତି ୧୦ ଯାଏ ଦର୍ଶନ ବନ୍ଦ

ପୁରୀ,୩୧ା୩(ଅଜିତ୍‌ କୁମାର ମହାନ୍ତି): ଚୈତ୍ର ମାସ ଶୁକ୍ଳ ଦ୍ୱିତୀୟା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ...

ଓଡ଼ିଶାରେ କଇଁଛଙ୍କ ସର୍ବକାଳୀନ ରେକର୍ଡ: ସଂଖ୍ୟା ଟପିଲା ୧୫.୧୧ଲକ୍ଷ

ଭୁବନେଶ୍ୱର,୩୦।୩: ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିିରେ ରଖି ଓଡ଼ିଶାରେ କଇଁଛଙ୍କ ଆଗମନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ ଆସିଛନ୍ତି। ଏହାକୁ...

୪୦ ଟପିଲା ୮ ସହର ତାପମାତ୍ରା, ୪୧.୮ ରେ ଜଳିଲା ବୌଦ୍ଧ

ଭୁବନେଶ୍ୱର,୩୦।୩: ରବିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଠଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି।...

ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image