୨ ନକଲି ଅଧ୍ୟାପକ ବହିଷ୍କୃତ: ଫେରାଇବେ ନେଇଥିବା ସବୁ ଦରମା

ବଲାଙ୍ଗୀର,୨୬।୮: ୪ ନକଲି ଶିକ୍ଷକଙ୍କୁ ପୂର୍ବରୁ ବହିଷ୍କୃତ କରିଥିବା ରାଜ୍ୟ ସରକାର ବର୍ତ୍ତମାନ ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବଲାଙ୍ଗୀର ଯୋଗୀମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମେହେର ଓ ନରେନ୍ଦ୍ର ନାଗ । ଉଭୟ ଜାଲ ମାର୍କସିଟ ଦେଇ ଚାକିରି ପାଇଥିବାର ଅଭିଯୋଗ ହୋଇଛି।
ପାଟଣାଗଡ଼ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାରେ ଏହି ଦୁଇ ଅଧ୍ୟାପକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଥିସହ ଉଭୟ ଦରମା ଆକାରରେ ନେଇଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

Share