ଓଡ଼ିଶାରେ ୨ ଜାଲ୍‌ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୮ (ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୧ଟି ୟୁନିଭର୍ସିଟିକୁ ଜାଲ୍‌ ଘୋଷଣା କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ ବୋଲି ୟୁଜିସି ସଚିବ ରଜନୀଶ ଜୈନ କହିଛନ୍ତି। ଓଡ଼ିଶାରେ ୨ଟି ଜାଲ୍‌ ବିଶ୍ୱବିଦ୍ୟାଳୟ ଥିବାବେଳେ ଦିଲ୍ଲୀରେ ସର୍ବାଧିକ ୮ଟି ରହିଛି। ବିନା ସ୍ବୀକୃତିରେ ଖୋଲିଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ୟୁଜିସି ଆଇନର ଉଲ୍ଲଂଘନ କରି ଚାଲୁଥିଲେ। ଜାଲ୍‌ ଘୋଷିତ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ଓଡ଼ିଶାର ରାଉରକେଲାସ୍ଥିତ ନବଭାରତ ଶିକ୍ଷା ପରିଷଦ ଏବଂ ବାରିପଦାସ୍ଥିତ ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ସେହିପରି ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ୍‌ ଆଣ୍ଡ୍‌ ଫିଜିକାଲ ହେଲ୍‌ଥ ସାଇନ୍ସ, କମର୍ସିଆଲ ୟୁନିଭର୍ସିଟି ଲିଃ, ୟୁନାଇଟେଡ୍‌ ନେଶନ୍ସ ୟୁନିଭର୍ସିଟି, ଭୋକେଶନାଲ ୟୁନିଭର୍ସିଟି, ଏଡିଆର୍‌-ସେଣ୍ଟ୍ରିକ୍‌ ଜୁରିଡିକାଲ ୟୁନିଭର୍ସିଟି, ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟୁଟ ଅଫ୍‌ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ ୟୁନିଭର୍ସିଟି ଫର୍‌ ସେଲ୍ଫ-ଏମ୍ପ୍ଲୟମେଣ୍ଟ ଏବଂ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟକୁ ଫେକ୍‌ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶରେ ୪ଟି ଜାଲ୍‌ ବିଶ୍ୱବିଦ୍ୟାଳୟ ଥିବାବେଳେ ପଶ୍ଚିମବଙ୍ଗରେ ୨ଟି, କର୍ନାଟକ, କେରଳ, ମହାରାଷ୍ଟ୍ର ,ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏ ରହିଛି।

Share