ପାଣି ମଡ଼ାଇବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ୍‌ ତାର

ଗଞ୍ଜାମ,୧୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ସୁବଳୟା ଗ୍ରାମର ଦୁଇଜଣ ଚାଷୀ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଗୁରୁବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲକ୍ଷ୍ମୀ ଚରଣ ବିଶ୍ୱାଳ( ୭୦) ଓ ରାକେଶ ଚନ୍ଦ୍ର ସାହୁ( ୪୫)। ସନ୍ଧ୍ୟାରେ ଦୁହେଁ ଶସ୍ୟକ୍ଷେତ୍ର ନିକଟରେ ରହିଥିବା ବୋରଓ୍ବେଲ ନିକଟକୁ ଯାଇ ପାଣି ମଡାଇ ଥିଲେ। ହେଲେ ବିଦ୍ୟୁତ୍‌ ତାରରେ ଲାଗି ଗୁରୁତର ଆହାତ ହୋଇିଥିଲେ। ଦୁହିଁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ହେଲେ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା