ଉଜୁଡ଼ା ଧାନକ୍ଷେତ ଦେଖି ୨ ଚାଷୀଙ୍କ ମୃତ୍ୟୁ

ଯାଜପୁର/ବିଞ୍ଝାରପୁର/ଡେରାବିଶ,୨୯।୧୨(ହର୍ଷବର୍ଦ୍ଧନ ବେହେରା/ ରାମକୃଷ୍ଣ ଦାସ/ ବେବର୍ତ୍ତା ଅଜୟ ଦାସ): ଏଥର ଜମିରେ ସୁନାର ଫସଲ ଦେଖି ଚାଷୀ ଆତ୍ମବିଭୋର ହୋଇଥିଲେ। କିନ୍ତୁ ଲଘୁଚାପ ଜନିତ ଅଦିନିଆ ବର୍ଷା ବର୍ଷକର ଆହାରକୁ ଭସେଇ ଦେଇଛି। ଏଭଳି ସ୍ଥିତି ଚାଷୀଙ୍କ ପାଇଁ ଅସହ୍ୟ ହୋଇଛି। ଉଜୁଡ଼ା ଧାନକ୍ଷେତ ଦେଖି ଚାଷୀ ଆତ୍ମହତ୍ୟା କରୁଥିବାବେଳେ ଆଉ କେତେଜଣଙ୍କ ପ୍ରାଣବାୟୁ ଉଡ଼ିଯାଉଛି। ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ଏଭଳି ଦୁଇଟି ଘଟଣା ଘଟିଛି। ଜଣେ ଚାଷୀ ଜମିରେ ଫସଲହାନିକୁ ଦେଖି ଟଳିପଡ଼ିଥିବାବେଳେ ଆଉ ଜଣେ ଚାଷୀ କ୍ଷତି ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବିଗତ ଦୁଇ ଦଶନ୍ଧି ହେଲା ବିଶ୍ୱତାପନଜନିତ ଜଳବାୟୁ ପରିବର୍ତ୍ତନରୁ ବିଳମ୍ବିତ, ସ୍ବଳ୍ପ ଓ ଅଦିନିଆ ବର୍ଷା କୃଷି କ୍ଷେତ୍ରକୁ ବ୍ୟାପକ ପ୍ରଭାବିତ କରିଆସୁଛି। ଏଭଳିସ୍ଥିତିରେ ପ୍ରତିବର୍ଷ କ୍ଷତି ସହି ଆସୁଥିବା ଚାଷୀକୁଳ ପାଇଁ ଚାଷ ନିମନ୍ତେ ଅର୍ଥ ଯୋଗାଡ଼ କରିବା କାଠିକର ପାଠ ହେଉଛି। ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ମିଳିବାରେ ଅନେକ କ୍ଳିଷ୍ଟତା ଯୋଗୁ ସେମାନେ ଉଚ୍ଚ ସୁଧରେ ମହାଜନଙ୍କଠାରୁ ଟଙ୍କା ଉଧାର ଆଣୁଛନ୍ତି। ହେଲେ ପ୍ରକୃତିର ପ୍ରକୋପରୁ ଫସଲ ଉଜୁଡ଼ିଗଲେ ସେମାନେ ଋଣ ଶୁଝିବା ଚିନ୍ତାରେ ଆତ୍ମହତ୍ୟା ଭଳି ଚରମପନ୍ଥା ଆପଣାଉଛନ୍ତି।
ଏଥର ଜମିରେ ଯେଭଳି ଧାନ ଫସଲ ହୋଇଥିଲା ସେଥିରୁ ଋଣ ଶୁଝିବା ସହ ଭଲ ରୋଜଗାରର ଆଶା ଥିଲା। ହେଲେ ଲଗାଣ ବର୍ଷାରେ ତାହା ଉଜୁଡ଼ି ଯାଇଥିବା ଦେଖି ଚାଷୀଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ଅନ୍ତର୍ଗତ ମଣିତାପୁର ଗ୍ରାମର ମଣିରାମ ମହାନ୍ତି(୬୨)। ଏହି ଘଟଣାକୁ ପରିବାର ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ ନ କରିବାରୁ ଦିନକ ପରେ ତାହା ଲୋକଲୋଚନକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମଣିରାମ ଶୁକ୍ରବାର ପୂର୍ବାହ୍ନରେ ନିଜ ଜମିକୁ ଯାଇଥିଲେ। ସେଠାରେ ଅନିଦିଆ ବର୍ଷା ପାଣି ଜମି ରହିଥିବାବେଳେ ସେଥିରେ କଟା ଧାନ ସବୁ ପାଣିରେ ବୁଡି ଯାଇଥିଲା। କିଛି ଭାଗ ଧାନଗଛ କଟା ହୋଇ ନ ଥିଲେ ହେଁ ତାହା ବି ପାଣିରେ ପଡ଼ିଥିଲା। ଆଗକୁ ପୁଣି ଲଘୁଚାପ ବର୍ଷା ହେବା ସୂଚନା ପାଇ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଧାନଗଛଗୁଡ଼ିକୁ ପାଣିରୁ ବାହାର କରି ହିଡରେ ରଖିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ସମ୍ଭବ ହୋଇ ପାରିଲାନାହିଁ। ଦେଖୁ ଦେଖୁ ସେ ହଠାତ୍‌ ବିଲରେ ଟଳି ପଡ଼ିଥିଲେ। ଅନ୍ୟ ଚାଷୀମାନେ ମଣିରାମ କ୍ଷେତରେ ପଡ଼ିଥିବା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମଣିରାମଙ୍କ ପୁଅ ନିରଞ୍ଜନ(୪୦) ଅନ୍ୟ ଚାଷୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲା ସଦର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶୁକ୍ରବାର ଅପରାହ୍ନରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ମଣିରାମଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମଣିରାମଙ୍କ ପରିବାରରେ ତାଙ୍କ ସ୍ତ୍ରୀଙ୍କ ସମେତ ପୁଅ, ବୋହୂ, ନାତୁଣୀ ଅଛନ୍ତି। ୨ ଝିଅଙ୍କୁ ପୂର୍ବରୁ ବିବାହ ଦେଇଛନ୍ତି। ଏହି ପରିବାର ସମ୍ପୂର୍ଣ୍ଣ ଭାବେ ଚାଷ ଉପରେ ନିର୍ଭରଶୀଳ। ପରିବାର ଲୋକଙ୍କ କହିବା ଅନୁସାରେ ମଣିରାମ ନିଜର ୩ ଏକର ଏବଂ ୨ ଏକର ଭାଗଚାଷ କରିଥିଲେ। ଏଥିପାଇଁ ସେ ସେବା ସମବାୟ ସମିତିରୁ ପ୍ରାୟ ୫୫ ହଜାର ଟଙ୍କା ଋଣ ଏବଂ ହାତ ଉଧାରି ବାବଦକୁ ଲକ୍ଷାଧିକ ଟଙ୍କା କରଜ କରିଥିଲେ। ମଣିରାମଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିିଛନ୍ତି। ଚାଷୀ ମୃତ୍ୟୁ ସମ୍ପର୍କରେ ବିଞ୍ଝାରପୁର ତହସିଲଦାର କୈଳାସ ଚନ୍ଦ୍ର ମହାଳିକଙ୍କୁ ପଚାରିବାରୁ ସେ କୁହନ୍ତି, ଏଭଳି ଖବର ପାଇବା ପରେ ଶୁକ୍ରବାର ରାତିରେ ପ୍ରଶାସନ ପକ୍ଷରୁ ରାଜସ୍ବ ନିରୀକ୍ଷକ ଶଶିକାନ୍ତ ସାମଲ ଓ ଗ୍ରାମ କୃଷି କର୍ମଚାରୀ ସସ୍ମିତା ଦାସ ମଣିତାପୁର ଗ୍ରାମରେ ପହଞ୍ଚି ଚାଷୀ ମଣିରାମଙ୍କ ମୃତ୍ୟୁ ସମ୍ପର୍କରେ ପଚାରି ବୁଝି ଫେରିଛନ୍ତି। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ କୋଶିଦା ଗ୍ରାମର ଭାଗଚାଷୀ ଦୈତାରି ଜେନା(୭୪) ବିଷପିଇ ଆତ୍ମହତ୍ୟା କରିଛନ୍ତି। କେତେଜଣ ଗ୍ରାମବାସୀ କହିଛନ୍ତି, ଦୈତାରି ଗ୍ରାମର କେତେଜଣଙ୍କ ବିଲ ନେଇ ଭାଗଚାଷ କରୁଥିଲେ। ଲଗାଣ ବର୍ଷାରେ ତାଙ୍କର ପାଚିଲା ଧାନ ଫସଲ ଉଜୁଡ଼ି ଯାଇଥିବା ଦେଖି ସେ ଗତ ୧୮ତାରିଖରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ମୃତକଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image