କୃଷ୍ଣସାଗରକୁ ୨ ଯୁଦ୍ଧ ବିମାନ ପଠାଇଲା ରୁଷିଆ

ମସ୍କୋ,୨୩।୮: କୃଷ୍ଣସାଗର ଉପରେ ଦୁଇଟି ଡ୍ରୋନକୁ ଅଟକାଇବା ପାଇଁ ରୁଷିଆ ନିଜର ଦୁଇଟି ଯୁଦ୍ଧ ବିମାନ ପଠାଇଛି। କେଉଁ ଦେଶ ଏହାକୁ ନିୟୋଜିତ କରିଛନ୍ତି ତାହା ସେମାନେ ଜାଣନ୍ତି ନାହିଁ ବୋଲି ରୁଷିଆ କହିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଡ୍ରୋନଗୁଡିକ ଏମ୍‌କ୍ୟୁ-୯ ରିପର ଏବଂ ବାଇରାକ୍ଟର ଟିବି-୨ ବୋଲି ଚିହ୍ନଟ କରାଯାଇଛି। ଏହି ଡ୍ରୋନଗୁଡିକର ମୁକାବିଲା ପାଇଁ ଦୁଇଟି ବିମାନ ପଠାଯାଇଛି।

Share