Categories: ଜାତୀୟ

ବିବାହ ପାଇଁ କନ୍ୟା ନ ମିଳିବାରୁ ଥାନାରେ ଯୁବକ

ମୁଜାଫରାନଗର,୧୨।୩ : ଉତ୍ତର ପ୍ରଦେଶର ଶାମଲି ଜିଲାର ପୋଲିସକୁ ମିଳିଛି ଏକ ଅସାଧାରଣ ଅନୁରୋଧ। ବିବାହ ପାଇଁ କନ୍ୟା ନ ମିଳିବାରୁ ପୋଲିସର ସାହାଯ୍ୟ ମାଗିଛନ୍ତି ଜଣେ ୨ ଫୁଟିଆ ଯୁବକ।

ପରିବାର ବର୍ଗ ବାହା କରେଇ ଦେଉ ନ ଥିବା ଶାମଲି ମହିଳା ଥାନାରେ ଅଭିଯୋଗ କରିଛନ୍ତି ୨୬ ବର୍ଷୀୟ ଅଜିମ। ଆଉ କନ୍ୟା ଖୋଜି ଦେବା ପାଇଁ ପୋଲିସ ନିକଟରେ ଅନୁରୋଧ କରିଛନ୍ତି। ତେବେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଷ୍ଟେଶନ ଅଫିସର ନିରଜ ଚୌଧୁରୀ କହିଛନ୍ତି, ଲୋକଙ୍କ ବିବାହ କାର୍ଯ୍ୟ କରିବା ଲାଗି ପୋଲିସ ନିକଟରେ ଅଧିକାର ନାହିଁ। ଯଦି କୌଣସି ଦମ୍ପତିଙ୍କ ମଧ୍ୟରେ ବିବାଦ ଅଛି, ଆମେ ସାହାଯ୍ୟ କରିପାରିବୁ। କିନ୍ତୁ ଜଣଙ୍କ ପାଇଁ କନ୍ୟା ଖୋଜିବା ଆମ କାମ ନୁହେଁ।

ତେବେ ସେ ଶାରୀରକ ଦୃବଳ ଓ ତାଙ୍କ ହାତରେ ଅସୁବିଧା ରହିଛି। ଆମେ ଚାହୁଁଛୁ ଯିଏ ତାଙ୍କର ଯତ୍ନ ନେଇପାରିବ, ତା’ ସହ ବିବାହ କରାଇବୁ ବୋଲି ଅଜିମଙ୍କ ଭାଇ ମହମ୍ମଦ ନଇମ କହିଛନ୍ତି।

Share