ଭୁବନେଶ୍ୱର,୧୦।୧:(ବ୍ୟୁରୋ): ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଫର୍ମ ପୂରଣ ଅବଧି ବଢାଇଛନ୍ତି। ଏହି ଅବଧି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ମଙ୍ଗଳବାର ଫର୍ମ ପୂରଣର ଅବଧି ସରିବାର ଥିଲା। ୪୫୦ ଟଙ୍କା ଦେଇ ଛାତ୍ରୀଛାତ୍ର ଫର୍ମ ପୂରଣ କରିହେବ ବୋଲି ବିଭାଗ କହିଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧ ହଜାର ୭୯୭ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି।