Categories: ଜାତୀୟ

୨ ମାଲବାହୀ ଟ୍ରେନ୍‌ ଧକ୍କା: ୧୨ ବଗି ଲାଇନଚ୍ୟୁତ

ବାଙ୍କୁରା, ୨୬ା୬ : ପଶ୍ଚିମବଙ୍ଗର ବାଙ୍କୁରା ନିକଟ ଓଣ୍ଡା ଷ୍ଟେଶନରେ ରବିବାର ଭୋର ସମୟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଷ୍ଟେଶନରେ ଗୋଟିଏ ଟ୍ରେନ୍‌ ଛିଡ଼ାହୋଇଥିବାବେଳେ ଅନ୍ୟଟି ତାକୁ ପଛରୁ ପିଟିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବାବେଳେ ଗୋଟିଏ ଟ୍ରେନ୍‌ର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଉଭୟ ଟ୍ରେନ୍‌ ଖାଲିଥିଲା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଦୁର୍ଘଟଣା ଯୋଗୁ ରେଲଓ୍ବେ ଆଡ୍ରା ଡିଭିଜନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Share