ପାଟଣା,୧୩ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସୋମବାର ପୃଥକ୍ ଘଟଣାରେ ୨ଜଣଙ୍କ ଝୁଲନ୍ତା ମୃତଦେହ ଜବତହୋଇଛି। ପାଟଣା ଥାନା ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମ ସୋମବାର ଜଣେ ୨୦ ବର୍ଷ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଉଛନ୍ତି ଲକ୍ଷ୍ମଣ ବାନ୍ଦ୍ରା। ତାଙ୍କ ମୃତଦେହ ନିଜ ଶୋଇବା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ଅନୁରୂପ ଭାବେ ଏହି ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଭାଲୁପାହାଡ଼ି ସାହିରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ନାଏକ। ସେ ଘର ପଛପଟରେ ଥିବା ଏକ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି।