Advertisement

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି,୧୨ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି। ଦାନ୍ତଓ୍ବୋଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ। ଏବେବି ଗୁଳିବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକ ମାଓବାଦୀ ମୃତାହତ ନେଇ ଆଶଙ୍କା କରାଯାଉଛି। ସର୍ଚ୍ଚ ଅପରେଶନ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ। ଏସ୍‌ଟିଏଫ୍‌, ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌ କୋବ୍ରା ଯବାନଙ୍କ ଅପରେଶନ ବେଳେ ଏହି ସଫଳତା ମିଳିଛି। ଅପରେଶନରେ ୪୦୦ରୁ ଊଦ୍ଧର୍‌ବ ଯବାନ ନିୟୋଜିତ ରହିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: maiost