ନୂଆଦିଲ୍ଲୀ,୨୬।୯(ପି.ଟି.): ବିଭିନ୍ନ ରାଜ୍ୟକୁ କୋଭିଡ୍ ଟିକା ପରିବହନ କାମ ଠିକା ଦେବା ନାଁରେ ଲୋକଙ୍କଠାରୁ ୧୫ କୋଟି ଟଙ୍କା ଠକିବା ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଭିଯୁକ୍ତ ହରମେନ୍ ସଭେରଓ୍ବାଲ(୪୩), ଗୋବିନ୍ଦ ତୁଲ୍ସିଆନ୍(୫୨), ଦିପ୍ରାନ୍ ତିଓ୍ବାରୀ(୩୨), ତ୍ରିଲୋକ ସିଂ(୫୩) ଏବଂ ମୃତ୍ୟୁଞ୍ଜୟ ରାୟ(୪୪)ଙ୍କୁ ଗିରଫ କରିଛି। ସିଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ମଲ୍ଟି ଟାସ୍କିଂ ଷ୍ଟାଫ୍ ଭାବେ ସ୍ଥାୟୀ ନିଯୁକ୍ତି ପାଇଥିବାବେଳେ ତିଓ୍ବାରୀ ଠିକା ନିଯୁକ୍ତି ପାଇଥିଲେ। ଏସ୍ଏସ୍ବିରୁ ଡେପୁଟେଶନରେ ଆସିଥିବା ରାୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିସେପ୍ଶନ ଅଫିସର ଭାବେ ନିର୍ମାଣ ଭବନରେ କାର୍ଯ୍ୟ କରୁଥିଲେ।