Categories: ଜାତୀୟ

ଆସାମ ବିଧାନସଭାରେ ୨ ଘଣ୍ଟିଆ ନମାଜ ବିରତି ବନ୍ଦ

ଗୁଆହାଟୀ,୩୧ା୮(ପି.ଟି.): ଆସାମ ବିଧାନସଭାରେ ମୁସଲମାନ ବିଧାୟକମାନଙ୍କ ନମାଜ ପାଠ ପାଇଁ ଶୁକ୍ରବାର ଦିଆଯାଉଥିବା ୨ ଘଣ୍ଟା ବିରତିକୁ ଉଠାଇ ଦିଆଯାଇଛି। ବିଧାନସଭାର ଆଗାମୀ ଅଧିବେଶନରୁ ଏହା କାର୍ଯ୍ୟକାରୀ ହେବ। ବିଧାନସଭାର ଏହି ନିଷ୍ପତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଐତିହାସିକ ବୋଲି କହି ପ୍ରଶଂସା କରିଛନ୍ତି। ୩ ଘଣ୍ଟା ଜୁମ୍ମା ବିରତିକୁ ହଟାଇଦେଇ ବିଧାନସଭା ଉତ୍ପାଦକତାକୁ ପ୍ରାଥମିକତା ଦେବା ସହ ଉପନିବେଶୀୟ ବୋଝର ପ୍ରତୀକକୁ ଦୂରେଇ ଦେଇଛି। ୧୯୩୭ରେ ମୁସ୍‌ଲିମ୍‌ ଲିଗ୍‌ର ସୟେଦ ସାଦୁଲ୍ଲା ଏହି ପ୍ରଥା କାର୍ଯ୍ୟକାରୀ କରିଥିଲେ। ଏହାକୁ ଉଚ୍ଛେଦ କରାଯିବା ନିଷ୍ପତ୍ତି ପାଇଁ ବାସସ୍ପତି ବିଶ୍ୱଜିତ ଦାଇମାରି ଡଙ୍ଗୋରିୟା ଓ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ମୁସଲମାନ ବିବାହ ଓ ଛାଡ଼ପତ୍ର ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ନିମନ୍ତେ ବିଧାନସଭାରେ ବିଲ୍‌ ଗୃହୀତ ହେବାର ଦିନକ ପରେ ଗୃହରୁ ୨ ଘଣ୍ଟିଆ ନମାଜ ବିରତିକୁ ଉଠାଇଦିଆଯାଇଛି।

Share