ଏହି ସହରରେ ଅମାନିଆଙ୍କୁ ୨ ଘଣ୍ଟା ଜେଲଦଣ୍ଡ: ଜିଲାପାଳଙ୍କ ନିର୍ଦ୍ଦେଶ ଜାରି…

ଇନ୍ଦୋର,୧୩।୪: କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାରୁ ମଧ୍ୟପ୍ରଦେଶର କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ କେତେକ ଅମାନିଆ ଆଇନର ଉଲ୍ଲଂଘନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇନ୍ଦୋରର ଅତିରିକ୍ତ ଜିଲାପାଳ ପଓ୍ବନ ଜୈନ୍‌ ଅମାନିଆଙ୍କୁ ଧରି ୨ ଘଣ୍ଟା ଜେଲ୍‌ରେ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ କେତେକ ଲୋକ ମିଛ କାମ ବାହାନାରେ ଘରୁ ବାହାରକୁ ବାହାରି ବୁଲାବୁଲି କରୁଛନ୍ତି। ଏଭଳି ଲୋକଙ୍କୁ ଧରି ଜେଲରେ ଭର୍ତ୍ତି କରିବାକୁ ଅତିରକ୍ତ ଜିଲାପାଳ ପୋଲିସ ବାହିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share