ବାର୍‌ହା କାଟି କରୁଥିଲେ ଭାଗବଣ୍ଟା: ୨ ଶିକାରୀଙ୍କୁ ଧରିଲା ବନବିଭାଗ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳରେ ବାର୍‌ହା ଶିକାର ଘଟଣାରେ ସାତକୋଶିଆ ବନବିଭାଗ ୨ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକାରୀଙ୍କ ନିକଟରୁ ବାର୍‌ହା ମାଂସ ସହ ବ୍ୟବହୃତ ଧନୁ ଓ ତୀରକୁ ବନବିଭାଗ ଜବତ କରିଛି।

ଶାଳଚୁଆ ଫରେଷ୍ଟ ବିଟ୍‌ ଅନ୍ତର୍ଗତ କୋରଡାପାଳ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଣ୍ଟ ୧ନମ୍ବର ଅଞ୍ଚଳରୁ ଶିକାରୀମାନେ ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା କରୁଥିଲେ। ଖବର ପାଇ ବନକର୍ମଚାରୀ ଚଢାଉ କରି କୋରଡ଼ାପାଳ ଗ୍ରାମର କୁନା ହୋ ଏବଂ ସୀତା ରାମ ହୋଙ୍କୁ ଧରିବାରେ ସଫଳ ହୋଇଥିଲେ।

Share