Categories: ଜାତୀୟ

ବାରମୁଳାରୁ ୨ ହାଇବ୍ରିଡ୍‌ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୨।୮ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ବାହିନୀ ବାରମୁଳାଠାରୁ ଦୁଇ ଜଣ ଲସ୍କର ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି।

ନ୍ୟୁଜ ଏଜେନ୍ସି ଅନୁଯାୟୀ, ଲଶ୍କର-ଇ-ତୋଲବାର ଏହି ଆତଙ୍କବାଦୀଙ୍କୁ ବାରମୁଳାର ଆଜାଦଗଞ୍ଜ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ବିରୋଧରେ ୟୁଏପିଏ ଏବଂ ଆର୍ମସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। କୁହାଯାଉଛି ସୁରକ୍ଷା ବଳ ଏହି ଆତଙ୍କବାଦୀଙ୍କୁ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଗିରଫ କରିଛି। ଆତଙ୍କବାଦୀମାନେ ସ୍ବାଧୀନତା ଦିବସ ଅବସରରେ ସହରରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଶଡ଼ଯନ୍ତ୍ର କରିଥିବା ଗୁପ୍ତଚର ଏଜେନ୍ସିରୁ ଇନପୁଟ ମିଳିଥିଲା।

Share