Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସରେ ୨ ଭାରତୀୟ ଅଧିନାୟକ

ମୁମ୍ବାଇ,୧୪।୨: ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ନିଲାମରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ କିଣିଛି। ସେ ହରମନପ୍ରୀତଙ୍କୁ ତାଙ୍କ ଦଳରେ ୧.୮ କୋଟି ଟଙ୍କା କିଣିିଛନ୍ତି। ଫଳରେ ଦୁଇ ଭାରତୀୟ ଅଧିନାୟକ ମୁମ୍ବାଇ ଫ୍ରାଞ୍ଚାଇଜରେ ଖେଳିବେ। ପୁରୁଷ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଇପିଏଲ ଏହି ଦଳ ସହ ଅଛନ୍ତି। ବର୍ତ୍ତମାନ ମହିଳା କ୍ରିକେଟ ଦଳର ଅଧିନାୟକ ହରମାନପ୍ରୀତ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଛନ୍ତି।
ଏହି ନିଲାମରେ ମୁମ୍ବାଇ କିଣିଥିବା ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ତଥା ଅଫ ସ୍ପିନର ହରମନପ୍ରୀତ ପ୍ରଥମ ଖେଳାଳି ହୋଇଥିଲେ। ତାଙ୍କୁ କିଣିବା ପାଇଁ ମୁମ୍ବାଇକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଲା। ନିଲାମର ଆରମ୍ଭରୁ ୟୁପି ୱାରିୟର୍ସ ମଧ୍ୟ ଆଗ୍ରହ ଦେଖାଇଥିଲା, କିନ୍ତୁ ମୁମ୍ବାଇ ସମସ୍ତଙ୍କୁ ପରାସ୍ତ କରି ହରମନପ୍ରୀତ କିଣିଥିଲା। ସେ ବର୍ତ୍ତମାନ ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକାରେ ଅଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ହରମନପ୍ରୀତଙ୍କୁ କିଣିବା ପରେ ବହୁତ ଖୁସି ହୋଇଥିଲେ। ତାଙ୍କୁ ଅନ୍ୟ ସାଥୀ ଖେଳାଳିମାନେ ଆଲିଙ୍ଗନ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ହରମନପ୍ରୀତଙ୍କ ଏକ ଭିଡିଓ ଶେୟାର କରିଥିଲା।
ସ୍ମୃତି ମନ୍ଧାନା ନିଲାମରେ ସବୁଠାରୁ ମହଙ୍ଗା କ୍ରିକେଟର ହୋଇଥିଲେ। ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩.୪ କୋଟିରେ କିଣିଛି।

Share