ନ୍ୟୁୟର୍କ, ୧୩।୪: ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍ଜିକ୍ୟୁଟିଭ୍ ୧ ବିଲିୟନ୍ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଠକେଇ ସ୍କିମ୍ରେ କମ୍ପାନୀର ଗ୍ରାହକ, ନିବେଶକଙ୍କଠାରୁ ଏହି ଅର୍ଥ ନିଆଯାଇଥିବା ଆମେରିକାର ଫେଡେରାଲ୍ ଜ୍ୟୁରି ପକ୍ଷରୁ ମାମଲାର ଶୁଣାଣିବେଳେ କୁହାଯାଇଛି। ୧୦ ସପ୍ତାହର ଟ୍ରାଏଲ୍ ପରେ ହେଲ୍ଥ ଟେକ୍ନୋଲୋଜି କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ପୂର୍ବତନ ସିଇଓ ଋଷି ଶାହ ୨୨ରୁ ୧୯ କାଉଣ୍ଟରେ ଦୋଷୀ ହୋଇଥିବାବେଳେ କମ୍ପାନୀର ପୂର୍ବତନ ଅଧ୍ୟକ୍ଷା ଶ୍ରଦ୍ଧା ଅଗ୍ରଓ୍ବାଲ ୧୭ରୁ ୧୫ଟି କାଉଣ୍ଟରେ ଏବଂ ପୂର୍ବତନ ଚିଫ୍ ଅପରେଟର ଅଫିସର ବ୍ରାଡ୍ ପର୍ଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।