ୟୁଏଇ ବିସ୍ଫୋରଣରେ ୨ ଭାରତୀୟ ମୃତ

ନୂଆଦିଲ୍ଲୀ,୧୭।୧: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ପେଟ୍ରୋଲ ଟ୍ୟାଙ୍କ ବିସ୍ଫୋରଣରେ ୨ ଭାରତୀୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆହୁରି ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦେଶର ଅନ୍ୟତମ ବୃହତ୍‌ ତେଲ ସଂରକ୍ଷଣ ସ୍ଥାନ ପାଖରେ ଡ୍ରୋନ ଆକ୍ରମଣ ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।

“ବିସ୍ଫୋରଣରେ ଦୁଇ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆମେ ଅଧିକାରୀଙ୍କଠାରୁ ସୂଚନା ପାଇଛୁ। ଆମେ ତାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛୁ। ଆମେ ସେମାନଙ୍କ ପରିବାର ପାଖରେ ଶୀଘ୍ର ପହଞ୍ଚିବୁ, ଧର୍ଯ୍ୟ ଧର। ୟୁଏଇ ଖୁବ୍‌ ଶାନ୍ତିପୂର୍ଣ୍ଣ ସ୍ଥାନ” ବୋଲି ଭାରତୀୟ ଦୂତ ସଞ୍ଜୟ ସୁଧିର କହିଛନ୍ତି।

କିଛି ରିପୋର୍ଟ ମୁତାବକ, ଏହି ଆକ୍ରମଣ ପାଇଁ ୟେମେନର ଇରାନ ସମନ୍ବିତ ହୁତି ଆନ୍ଦୋଳନ ନିଜକୁ ଦାୟୀ କରିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆବୁଧାବି ନ୍ୟାଶନାଲ ଓଏଲ କମ୍ପାନୀର ଡିପୋଟ୍ସ ପାଖରେ ୩ ତେଲ ଟାଙ୍କିରେ ବିସ୍ଫୋରଣ ଘଟିଛି। କିନ୍ତୁ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନାହିଁ।

Share