Categories: ଜାତୀୟ

ଆଇଏସ୍‌ଆଇ ସହ ଯୋଗଯୋଗରେ ଥିଲେ ୨ ଶିକ୍ଷୟିତ୍ରୀ ଭଉଣୀ

ଭୋପାଳ, ୨୩ା୫: ଆଇଏସ୍‌ଆଇ ସହ ସମ୍ପୃକ୍ତ ପାକିସ୍ତାନର ୨ ନାଗରିକଙ୍କ ସହ ଯୋଗାଯୋଗରେ ଥିବା ଦୁଇ ଭଉଣୀଙ୍କୁ ଇନ୍ଦୋର ପୋଲିସ ମୋହ କ୍ୟାଣ୍ଟନମେଣ୍ଟରୁ ରବିବାର ଗିରଫ କରିଛି। ପୋଲିସ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ଘଟଣାର ତଦନ୍ତ ଚଲାଇଛନ୍ତି। ଗିରଫ ଦୁଇ ଭଉଣୀଙ୍କ ବୟସ ୩୨ ଓ ୨୮ ବର୍ଷ ହୋଇଥିବାବେଳେ ଉଭୟେ ଡକ୍ଟର ଆମ୍ବେଡକର ନଗରଠାରେ ଥିବା ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ଫେକ୍‌ ଆକାଉଣ୍ଟ କରି ୨ ଭଉଣୀ ବର୍ଷେରୁ ଅଧିକ ସମୟ ହେଲା ପାକିସ୍ତାନ ନାଗରିକଙ୍କ ସହ ଯୋଗାଯୋଗରେ ଥିଲେ। ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share