ସାପ କାମୁଡ଼ାରେ ୨ ଆହତ

ବୁଗୁଡ଼ା : ତା ୨୫/୧୦/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର ଭାଗିରଥି ପାତ୍ର (୩୧)ଏବଂ ଜଗତ ପାଟଣା ଗ୍ରାମର କାହ୍ନୁ ବେହେରା (୨୦) ସାପ କାମୁଡ଼ାରେ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ସୋମବାର ଭାଗିରଥି ବିଲରେ କାମ କରୁଥିବା ବେଳେ ତାଙ୍କର ଡାହାଣ ହାତକୁ ସାପ କାମୁଡ଼ି ଦେଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି କାହ୍ନୁ ଗାଁ ପାଖ ବାଘୁଆ ନଦୀ ବ୍ରିଜ୍ ନିକଟରେ ବାଣ ଫୁଟାଇ ସାଙ୍ଗ ସାଥି ମେଳରେ ଖେଳୁଥିବା ବେଳେ ତାଙ୍କୁ ସାପ କାମୁଡି ଦେଇଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି ।