ବିଷାକ୍ତ ମିଲ୍କସେକ୍‌ ପିଇ ଦୁଇ ଶିଶୁ ମୃତ୍ୟୁ

ଇସଲାମବାଦ,୧୯।୭: ପାକିସ୍ତାନ ପଞ୍ଜାବର ସାହିୱାଲରେ ବିଷାକ୍ତ ମିଲ୍କସେକ୍‌ ପିଇ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ସାହିୱାଲରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଞ୍ଚ ଶିଶୁଙ୍କୁ ମିଲ୍କସେକ୍‌ ପିଇବା ପାଇଁ ଦେଇଥିଲେ। ଏହାକୁ ପିଇବା ପରେ ପାଞ୍ଚ ପିଲାଙ୍କ ଅବସ୍ଥା ବିଗିଡି ଯାଇଥିଲା। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ସାତ ମାସର ଅନାସ ଏବଂ ତିନି ବର୍ଷର ହରାମଙ୍କର ମୃତ୍ୟୁ ଘଟିଥିଲା।

Share