Categories: ଜାତୀୟ

ଗିରଫ ହେଲେ ୨ ଆଇଏସ୍‌ଆଇ ଗୁପ୍ତଚର

ଜୟପୁର,୧୪।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତିରେ ସମ୍ପୃକ୍ତ ଥିବା ୨ଜଣ ଯୁବକଙ୍କୁ ରାଜସ୍ଥାନର ଭିଓ୍ବାରା ଏବଂ ପାଲି ଜିଲାରୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ତଥ୍ୟ ଆଧାରରେ ରାଜସ୍ଥାନ ପୋଲିସ ଚଢ଼ାଉ କରି ଦୁଇଜଣଙ୍କ ଗିରଫ କରିଛି। ସେମାନେ ହେଲେ ହେଲେ ନାରାୟଣ ଲାଲ୍‌ ଗଦ୍ରି (୨୭) ଏବଂ କୁଲ୍‌ଦୀପ ସିଂ ଶେଖାଓ୍ବତ (୨୪)। ଗିରଫ ଅଭିଯୁକ୍ତ ଦ୍ୱୟ ସୋସିଆଲ ମିଡିଆ ମାଧ୍ୟମରେ ଆଇଏସ୍‌ଆଇ ସହ ସମ୍ପର୍କରେ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share