Categories: ଜାତୀୟ

ଦନ୍ତଓ୍ବୋଡା ଆଇଇଡି ବ୍ଲାଷ୍ଟରେ ୨ ଯବାନ ଆହତ

ଦନ୍ତଓ୍ବୋଡା,୨।୧୨: ଛତିଶଗଡର ଦନ୍ତେୱାଡାସ୍ଥିତ ବାରସୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଦନ୍ତେୱାଡା ପୋଲିସର ସୂଚନାନୁସାରେ, ଆହତ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

କୁହାଯାଉଛି ଯେ ବିଜାପୁରରୁ ସିଆରପିଏଫ ୧୯୫ ବାଟାଲିୟନର ଯବାନମାନେ ବାରସୁର ପଲ୍ଲୀ ରାସ୍ତାର ସାିଧାର ୧୯୫ ବାଟାଲିୟନ ବ୍ରିଜ ନିକଟରେ ବ୍ୟାନର ପୋଷ୍ଟର କାଢୁଥିଲେ, ସେତେବେଳେ ସକାଳ ପ୍ରାୟ ୯ଟା ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲା, ଏହି ଘଟଣାରେ ୪ ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ।
ଏହି ଘଟଣାକୁ ନିଶ୍ଚିତ କରି ସିଆରପିଏଫ ଅଧିକାରୀ କହିଛନ୍ତି ଯେ ସକାଳେ ଯବାନମାନେ ସୁଦର ତୁଲାରଗୁମ୍ଫା ଆଡକୁ ନକ୍ସଲ କାର୍ଯ୍ୟକଳାପ ଚାଲିଥିବାର ସୂଚନା ପାଇଥିଲେ। ସନ୍ଧାନ କରୁଥିବାବେଳେ ଯବାନମାନଙ୍କୁ ସନ୍ଦେହଜନକ ଅବସ୍ଥାରେ ବୋମା ଧାରଣ କରିଥିବା କିଛି ପ୍ୟାକେଟ ପାଇଥିଲେ, ଯେତେବେଳେ ସେଗୁଡିକୁ ଡିଫ୍ୟୁଜ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଥିଲା। ଯେଉଁଥିପାଇଁ ୪ ଯବାନ ଆହତ ହୋଇଥିଲେ। ବର୍ତ୍ତମାନ ଆହତମାନଙ୍କୁ ରାୟପୁରକୁ ପଠାଯିବ ବୋଲି କୁହାଯାଉଛି।

Share