୨ କେଜିର ବ୍ରାଉନସୁଗାର ଜବତ: ପୋଲିସ, ସ୍ଥାନୀୟ ଲୋକେ ମୁଁହାମୁହିଁ

ବସ୍ତା,୨୨।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ଏହା ପ୍ରାୟ ୨ କେଜିର ହେବ ବୋଲି ଅନୁମାନ କରାଯାଉଛି। ଏହା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜିଲା ଅବକାରୀ ବିଭାଗ, ବସ୍ତା ପୋଲିସ, ଜଳେଶ୍ୱର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସ୍ଥାନୀୟ ଲୋକ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରାଯାଇଥିଲା।