ପେଟରୁ ବାହାରିଲା ୨ କେଜିର ମାଂସ ପିଣ୍ଡୁଳା

ମାଲକାନଗିରି,୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିମିଟାପାଲ୍ଲୀ ଗ୍ରାମର ଶୁକ୍ରା ମୁଦୁଲି(୫୫) ଦୀର୍ଘ ବର୍ଷ ହେଲା ପେଟ ଯନ୍ତ୍ରଣା ଭୋଗୁଥିଲେ। ଏଥିସହ ତାଙ୍କ ପେଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ସେ ବହୁ ଚେରମୂଳୀ ଔଷଧ ବ୍ୟବହାର କରୁଥିଲେ ମଧ୍ୟ ସେଥିରୁ ସୁଫଳ ମଳି ନ ଥିଲା। ଶେଷରେ ସେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ଆସିଥିବା ବେଳେ ତାଙ୍କ ପେଟ ଫଟୋ ଉଠିବା ପରେ ଦୁଇଟି ମାଂସ ପିଣ୍ଡୁଳା ଥିବା ଡାକ୍ତର ସପନ କୁମାର ଡିଣ୍ଡା ଜାଣିବାକୁ ପାଇଥିଲେ। ଶୁକ୍ରାଙ୍କ ର ସୋମବାର ଅସ୍ତ୍ରୋପଚାର କରି ପେଟରୁ ଗୋଟିଏ ୧୧୦୦ ଗ୍ରାମ ଓ ଅନ୍ୟଟି ୮୦୦ ଗ୍ରାମର ଦୁଇଟି ମାଂସ ପିଣ୍ଡୁଳା ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଶୁକ୍ରା ସୁସ୍ଥ ଥିବା ଡାକ୍ତର ଡିଣ୍ଡା କହିଛନ୍ତି।

Share