Categories: ଜାତୀୟ

କର୍ନାଟକରେ ସାମ୍ପ୍ରଦାୟିକ ହିଂସା, ୧୪୪ ଧାରା ଜାରି

କୋପ୍ପାଲ,୧୧।୮: କର୍ନାଟକର କୋପ୍ପାଲ ଜିଲା ଅଧୀନ ହୁଲିହାଇଦର ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଜଣେ ହିନ୍ଦୁ ଯୁବକ ଜଣେ ମୁସଲମାନ ଝିଅକୁ ଭଲ ପାଉଥିଲେ। ମହରମ୍‌ କାର୍ଯ୍ୟକ୍ରମ ବେଳେ ସେ ଉକ୍ତ ଝିଅକୁ ଭେଟିବାକୁ ଯାଇଥିବା ବେଳେ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ସାମ୍ପ୍ରଦାୟିକ ସଂଘର୍ଷର ରୂପ ନେଇଥିଲା।

Share