ମଣିପୁର, ୟୁପିରେ ୨ଜଣଙ୍କୁ ମୁଣ୍ଡକାଟି ହତ୍ୟା

ଇମ୍ଫାଲ/ଲକ୍ଷ୍ନୌ,୨୧ା୭: ଭାଜପା ଶାସିତ ମଣିପୁରରେ ୨ କୁକି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିବା ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଦେଶବ୍ୟାପୀ ବିକ୍ଷୋଭ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପୁଣି ମଣିପୁରରେ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ମୁଣ୍ଡକାଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ମୁଣ୍ଡ କଟାଯାଇଥିବା ବ୍ୟକ୍ତି ଜଣକ ହେଲେ ଡାଭିଡ୍‌ ଥିଏକ୍‌। ବିଷ୍ଣୁପୁର ଜିଲାର ଏକ ଜନବସତି ଅଞ୍ଚଳରେ ତାଙ୍କ କଟାମୁଣ୍ଡକୁ ବାଉଁଶରେ ତିଆରି ଏକ ବାଡ଼ରେ ରଖାଯାଉଛି। ଜୁଲାଇ ୨ ତାରିଖ ରାତି ୧୨ଟାରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ହତ୍ୟା କରିଥିବା ୩ ବ୍ୟକ୍ତିଙ୍କ ମଧ୍ୟରୁ ଡାଭିଡ୍‌ ଅନ୍ୟତମ।

କେବଳ ମଣିପୁର ନୁହେଁ, ଭାଜପା ଶାସିତ ଉତ୍ତର ପ୍ରଦେଶ (ୟୁପି)ରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଶୁକ୍ରବାର ସେଠାରେ ମଧ୍ୟ ଏକ ଅନୁରୂପ ଘଟଣା ଘଟିଛି। ବରାବାଙ୍କି ଜିଲା ମିଠଓ୍ବାରାର ରିୟାଜ(୨୪) ନିଜ ଭଉଣୀଙ୍କ ମୁଣ୍ଡକାଟ୍‌ କରିଛନ୍ତି। ସେ କଟାମୁଣ୍ଡ ଧରି ଫତେପୁର ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଭଉଣୀ ଅସିଫା(୧୮)ଙ୍କ ପ୍ରେମ ସମ୍ପର୍କକୁ ନେଇ ରିୟାଜଙ୍କ ଯୁକ୍ତିତର୍କ ହୋଇଥିଲା। ବଡ଼ଭାଇ ରିୟାଜ ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଭଉଣୀର ମୁଣ୍ଡକାଟି ଦେଇଥିଲେ। ସେ କଟାମୁଣ୍ଡକୁ ଧରି ଥାନାରେ ପହଞ୍ଚି ଥିଲେ।

ଅସିଫା ନିଜ ପୁରୁଷବନ୍ଧୁ ଚାନ୍ଦ ବାବୁଙ୍କୁ ବିବାହ କରିବାକୁ ଚାହୁଁଥିବାବେଳେ ପରିବାର ଲୋକେ ଏହାକୁ ବିରୋଧ କରିଆସୁଥିଲେ। ଗତ ମେ’ ୨୯ରେ ଅସିଫାଙ୍କ ବାପା ଅବ୍‌ଦୁଲ ରଶିଦ୍‌ ଝିଅଙ୍କୁ ବିବାହ ଉଦ୍ଦେଶ୍ୟରେ ଅପହରଣ ଅଭିଯୋଗ ଆଣି ଆଇପିସି ଦଫା ୩୬୬ବଳରେ ଥାନାରେ ଏତଲା ଦେଇଥିଲେ। ଚାନ୍ଦ ବାବୁଙ୍କୁ ଗିରଫ କରି ଜେଲକୁ ପଠାଯାଇଛି। କିନ୍ତୁ ଅସିଫା ତାଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଥିବାରୁ ଏହାକୁ ନେଇ ଘରେ ବିବାଦ ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image