ପରିବା ଟ୍ରକ୍‌ ଓଲଟି ମହାରାଷ୍ଟ୍ରର ୨ ମୃତ

ଭଞ୍ଜନଗର,୧୮ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତାରାସିଂଙ୍ଗ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ପରିବା ବୋଝେଇ ଟ୍ରକ୍‌ ଗଛରେ ପିଟି ହୋଇଯିବାରୁ ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ଘଟିଛି। ମୃତ ଦ୍ୱୟଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି। ଖବର ଲେଖା ହେବା ସୁଦ୍ଧା ସେମାନଙ୍କର ପରିଚୟ ମିଳିନାହିଁ। ମହାରାଷ୍ଟ୍ରରୁ ପରିବା ନେଇ ଗଞ୍ଜାମର ବ୍ରହ୍ମପୁର ଅଭିମୁଖେ ଆସୁଥିବା ବାଟରେ ଏହି ଦୁର୍ଘଟଣା ଘଟିଛି। ତାରାସିଂଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦିଆଯାଇଛି।

Share