Categories: ଜାତୀୟ

ମୋଦିଙ୍କ ସ୍ବାଗତ ପାଇଁ ସମସ୍ତେ ଠିଆ ହୋଇଥିବା ବେଳେ ବସି ରହିଥିଲେ ୨ କିଙ୍ଗ ମେକର!

ନୂଆଦିଲ୍ଲୀ,୭।୬: ଲୋକ ସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶୁକ୍ରବାର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ଭାଗପା ଏବଂ ସହଯୋଗୀ ଦଳର ସମସ୍ତ ଏମପି ଏବଂ ବଡ ନେତା ଉପସ୍ଥିତ ଥିଲେ। ବୈଠକରେ ପ୍ରବେଶ କରିବା ମାତ୍ରେ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ତା’ପରେ ସେ ମଞ୍ଚରେ ପହଞ୍ଚିବା ପରେ ଟିଡିପି ନେତା ଚନ୍ଦ୍ରାବାବୁ ନାଇଡୁ ଏବଂ ଜେଡିୟୁ ନେତା ନୀତୀଶ କୁମାର ମଧ୍ୟ ମଞ୍ଚରେ ପହଞ୍ଚିଥିଲେ।

ଏହି ବୈଠକ ଆରମ୍ଭରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସ୍ବାଗତ କରିଥିଲେ। ସେ ନିଜେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇଥିଲେ ଏବଂ ପରେ ସଭାରେ ଉପସ୍ଥିତ ଥିବା ସମସ୍ତ ନେତା ଠିଆ ହୋଇ ମୋଦି-ମୋଦି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କିନ୍ତୁ, ଏହି ସମୟ ମଧ୍ୟରେ ମଞ୍ଚରେ ବସିଥିବା ଚନ୍ଦ୍ରାବାବୁ ନାଇଡୁ ଏବଂ ନୀତୀଶ କୁମାର ନିଜ ଚେୟାରରେ ବସି ଏହି ଦୃଶ୍ୟକୁ ଦେଖୁଥିଲେ।
ଏହି ବୈଠକରେ ନାଡାଙ୍କୁ ସ୍ବାଗତ କରିବା ପରେ ବରିଷ୍ଠ ନେତା ରାଜନାଥ ସିଂ ପୁଣି ଥରେ ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବରେ ଚୟନ କରିବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ପରେ ଅମିତ ଶାହା ଏବଂ ନିତିନ ଗଡକରୀ ମଞ୍ଚକୁ ଆସିଥିଲେ ଏବଂ ସେମାନେ ରାଜନାଥଙ୍କ ପ୍ରସ୍ତାବକୁ ମଧ୍ୟ ସମର୍ଥନ କରିଥିଲେ। ସଂସଦୀୟ ଦଳର ନେତା ଭାବରେ ମୋଦିଙ୍କୁ ଚୟନ କରିବାର ଏହି ପ୍ରସ୍ତାବକୁ ଅନ୍ୟ ଏନଡିଏ ସହଯୋଗୀ ଦଳର ନେତାମାନେ ମଧ୍ୟ ସ୍ବାଗତ କରିଥିଲେ।

 

Share