୨ କି.ମି. ଚାଲିଲେ ମିଳୁଛି ବାଲ୍‌ଟିଏ ପାଣି

ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରୀଷ୍ମ ଋତୁ ଆଗମନରେ ସମସ୍ୟା ଦୁଇଗୁଣା ହୋଇଯାଇଥିବା ବେଳେ ଗାଁର ମହିଳାମାନେ ୨ କିଲୋମିଟର ଦୂର ଚାଲିଲେ ପିଇବା ପାଣି ଟୋପେ ମିଳୁଛି।
ଆଦିବାସୀ ବହୁଳ କାଠକଟା ଅଞ୍ଚଳରେ ଟ୍ୟାପ ଟୁ ହୋମ୍‌ ଯୋଜନାରେ ୩ ବର୍ଷରୁ ଅଧିକ ସମୟ ହେବ ଗାଁରେ ପାଇପ ଲାଇନ ବିଛାଯାଇଛି। କିନ୍ତୁ ପାଣି ଆସୁ ନ ଥିବାରୁ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଗାଁଟି ଉଚ୍ଚରେ ଥିବାରୁ ଗାଁକୁ ପାଣି ଯାଇପାରୁନି। ଫଳରେ ପାଣି ପାଇଁ ଗ୍ରାମର ମହିଳାମାନେ ଗାଁର ୨ କି.ମି. ଦୂରରେ ଥିବା ବୋରୱେଲ ଉପରେ ନିର୍ଭର କରୁଛନ୍ତି। ୩ ଜଣ ମିଶି ଏକା ସାଙ୍ଗରେ ହ୍ୟାଣ୍ଡେଲ ମାରିଲେ ବହୁତ ସମୟ ପରେ ବାଲ୍‌ଟିଏ ପାଣି ବାହାରିବା ପରେ ବନ୍ଦ ହୋଇଯାଉଛି। ଅନ୍ୟ ୩ ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ ଅନେକ ଦୂରରେ ଥିବା ଗୋଟିଏ ପୋଖରୀରେ ନିତ୍ୟକର୍ମ କରୁଛନ୍ତି। ପାହାଡ଼ କଡରେ ଥିବା ଏକ କୂଅରୁ ପାଣି ଆଣି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇଥାନ୍ତି। ସେହିପରି ଆବାସ ଯୋଜନାର ନିର୍ମିତ ଘରଗୁଡ଼ିକରେ ପାଣି ଦିଆଯାଉ ନ ଥିବାରୁ ଘରର ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପାଣି ପାଇଁ ଦୀର୍ଘ କି.ମି. ରାସ୍ତା ଯିବାକୁ ପଡୁଥିବାରୁ ଗାଁର ୨ ନବ ବିବାହିତା ବାପ ଘରକୁ ପଳାଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବିଚିତ୍ର ନାଥ ଜେନା କହିଛନ୍ତି, ଜଳକଷ୍ଟକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ପ୍ରତି ବର୍ଷ ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦେବାର ବ୍ୟବସ୍ଥା କରାଯାଇଛି। ତାହା ଏପ୍ରିଲ୧୫ରୁ ଦିଆଯିବ ବୋଲି ସରକାରୀ ନିୟମ ଥିବାରୁ ପୂର୍ବରୁ ପାଣି ଯୋଗାଇ ପାରୁ ନ ଥିବା କହିଛନ୍ତି। ଦୀର୍ଘ ବର୍ଷ ଧରି ସମସ୍ୟା ଲାଗି ରହିଛି। ବାରମ୍ବାର ପ୍ରଶାସନକୁ ଜଣାଉଛୁ, କିନ୍ତୁ ପ୍ରଶାସନ କିଛି ପଦକ୍ଷେପ ନେଉନି ବୋଲି ସରପଞ୍ଚ କହିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ଜବାନି ମାଝୀ, ହୀରାମଣି ମାଝି, ନିହାରିକା ସୋରେନ, ରଘୁନାଥ ମାଝୀ, ଧନେଶ୍ୱର ମାଝୀ, ଦୁଷ୍ମନ୍ତ ଟୁଡୁ, ଶିବାନି ସୋରେନ, ତୁଳସୀ ଟୁଡୁ, ସୁନାରାମ ଟୁଡୁ, ବୁଦୁନି ସୋରେନ ପ୍ରମୁଖ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri