Categories: ଜାତୀୟ

ଟନେଲ ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୋପାଳ,୧୪।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୪୫୦ କିମି ଦୂର ସଲିମାନାବାଦ୍‌ରେ ଶନିବାର ସନ୍ଧ୍ୟାରେ ଏକ ନିର୍ମାଣଧୀନ ଟନେଲ ଭୁଷୁଡ଼ି ପଡ଼ିବାରୁ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ବେଳେ ଟନେଲ ଭଗ୍ନାଂଶ ତଳେ ୯ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ରବିବାର ରାତିରେ ରାଜ୍ୟ ବିପର୍ଯ୍ୟୟ ଜରୁରୀକାଳିନ ରେସପନ୍ସ ବଳ (ଏସ୍‌ଡିଇଆର୍‌ଏଫ୍‌)ର ଉଦ୍ଧାରକାରୀ ଦଳ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

“୭ ଜଣଙ୍କୁ ଉଦ୍ଧାର କରିବା ପରେ ଉଦ୍ଧାରକାରୀ ଦଳ ସିଙ୍ଗରାଉଲି ଜିଲାର ଗୋରାଲାଲ କୋଲ (୩୦) ଏବଂ ସୁପରଭାଇଜର ରବି ମାସାଲକର (୨୬)ଙ୍କ ମୃତଦେହ ଉଦ୍ଧାର କରିଛନ୍ତି” ବୋଲି ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ ରାଜେଶ ରାଜୋରା କହିଛନ୍ତି।

Share