ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ପଦବୀ: ଶିକ୍ଷା, ସ୍ୱାସ୍ଥ୍ୟରେ ସର୍ବାଧିକ

ଭୁବନେଶ୍ୱର,୨।୯: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ ପ୍ରାୟ ଏହାର ଅଧା ସଂଖ୍ୟକ ପଦବୀ ଖାଲି ରହିଛି।

ରାଜ୍ୟରେ କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଏବଂ କେଉଁ ବିଭାଗରୁ କେତେ ସଂଖ୍ୟକ ପଦବୀ ଖାଲି ରହିଛି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫ ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଖାଲି ରହିଛି।

ସେହିଭଳି ଗୃହ ବିଭାଗରେ ୧୯,୮୮୯, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗରେ ୧,୩୫୬୭, ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗରେ ୧୧,୮୧୦, ଆଇନ ବିଭାଗରେ ୨,୯୭୩, ଅର୍ଥ ବିଭାଗରେ ୩,୧୦୧, ବାଣିଜ୍ୟ ଏବଂ ପରିବହନ(ବ୍ୟାପାର) ବିଭାଗରେ ୧୩୯୧, ପୂର୍ତ୍ତ ବିଭାଗରେ ୪୪୦୫, ଓଡ଼ିଶା ବିଧାନସଭାରେ ୨୬୩, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗରେ ୧୦୯୩, ଏସସି ଏବଂ ଏସଟି ବିକାଶ, ଦଳିତ ଏବଂ ପଛୁଆ ବର୍ଗରେ ୩୨୮୧, ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ୧୦୭୯, ଶ୍ରମିକ ଏବଂ ଇଏସଆଇ ବିଭାଗରେ ୧୭୬୮, ଖେଳ ଏବଂ ଯୁବ ବ୍ୟାପାର ବିଭାଗରେ ୯୬, ଯୋଜନା ଏବଂ ସଂଯୋଜନା ବିଭାଗରେ ୧୩୮୯, ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗରେ ୭୪୬୫, ବାଣିଜ୍ୟ ଏବଂ ପରିବହନ(ପରିବହନ) ବିଭାଗରେ ୬୦୦, ବନ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗରେ ୪୨୯୪, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ୭୨୯୫, ଇସ୍ପାତ ଏବଂ ଖଣି ବିଭାଗରେ ୭୨୦, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ୫୦୧, ଅବକାରୀ ବିଭାଗରେ ୨୪, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ୩୫, ଗ୍ରାମାଞ୍ଚଳ ଉନ୍ନତିକରଣ ବିଭାଗରେ ୧୫୨୪, ପାର୍ଲିଆମେଣ୍ଟାରୀ ବିଭାଗରେ ୧୪୨, ଶକ୍ତି ବିଭାଗରେ ୩୯୩, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗରେ ୯୫୨, ପର୍ୟ୍ୟଟନ ବିଭାଗରେ ୧୫୧, ମତ୍ସ୍ୟ ଓ ପଶୁ ସମ୍ପଦରେ ୬୦୭୨, କୋଅପରେସନରେ ୧୮୨୧, ପବ୍ଲିକ ଏଣ୍ଟରପ୍ରାଇଜରେ ୨୫, ମହିଳା ଶିଶୁ କଲ୍ୟାଣ ବିଭାଗରେ ୨୦୧୭, ଇଲେକ୍ଟ୍ରୋନିକ ଏବଂ ଆଇଟି ରେ ୧୯, ଉଚ୍ଚ ଶିକ୍ଷାରେ ୩୭୬୧, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ୩୧୦, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିରେ ୩୬୨ ଏବଂ ମିଶନ ଶକ୍ତି ବିଭାଗର ୪୯ ଟି ପଦବୀକୁ ମିଶାଇ ମୋଟ ୨୦୫୨୨୮ ପଦବୀ ଖାଲି ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହେବେ ଶିକ୍ଷୟିତ୍ରୀ-ଶିକ୍ଷକ, ଛୁଟି ହେଲା ବାତିଲ୍‌

ଭୁବନେଶ୍ୱର,୨୨।୧୦: ଓଡ଼ିଶାକୁ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟ। ବେଳକୁ ବେଳ ଉପକୂଳ ମୁହାଁ ହେଉଥିବା ଯୋଗୁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ...

Featured Video Play Icon

ବାତ୍ୟା ପୂର୍ବରୁ ଆଳୁ ଗାଏବ୍‌

ସମ୍ଭାବ୍ୟ ବାତ୍ୟା ଦାନା ପୂର୍ବରୁ ଜଟଣୀ ପରିବା ବଜାରରୁ ଆଳୁ ଉଭାନ । ଯେଉଁ କିଛି ଆଳୁ ମହଜୁଦ ରହିଛି ଚଡ଼ା ଦରରେ ବିକ୍ରି କରୁଛନ୍ତି...

ଆଇପିଏସ୍‌ ଲଳିତ ଦାସ ହେଲେ OSSSC ଅଧ୍ୟକ୍ଷ

ଭୁବନେଶ୍ୱର,୨୨।୧୦: ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(ଓଏସ୍‌ଏସ୍‌ଏସ୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri