ସ୍କୁଟିରୁ ମିଳିଲା ୨ ଲକ୍ଷ ୮୦ ହଜାର ଟଙ୍କା, ସ୍ବାସ୍ଥ୍ୟ ବିଭାଗ ବରିଷ୍ଠ ସହାୟକ ଗିରଫ

କେନ୍ଦୁଝର,୫।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ଗତକାଲି ସନ୍ଧ୍ୟାରେ ହୋଟେଲ ଅଜନ୍ତା ନିକଟରୁ ଟଙ୍କା ସହ ଧରିଥିବା ଏଡିପିଏଚ୍‌ଓ (ପରିବାର କଲ୍ୟାଣ)ଙ୍କ ଅଧିନରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶେଖର ଲାଲ ସାହୁଙ୍କୁ କେସ ନମ୍ବର ୧୪/୨୦୨୪ ଦଫାରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କର ସ୍କୁଟି (ଓଡି୦୯ଏଏ୯୩୪୮)ରୁ ଯାଞ୍ଚ କରି ୨ ଲକ୍ଷ ୮୦ ହଜାର ଟଙ୍କା ଭିଜିଲାନ୍ସ ପାଇଥିଲା। ଏହି ଅର୍ଥର ସଠିକ୍‌ ସୂଚନା ଦେଇ ପାରିନଥିବାରୁ ଉକ୍ତ ଟଙ୍କାକୁ ଜବତ କରାଯାଇ ଅନୈତିକ ଭାବେ ଟଙ୍କା ଠୁଳ କରିଥିବାରୁ ବରିଷ୍ଠ ସହାୟକ ଶେଖର ଲାଲ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ସ୍କୁଟି ଜବତ୍‌ କରିଯାଇଛି।

ଗିରଫ ବରିଷ୍ଠ ସହାୟକ ଶେଖର ଲାଲ ସାହୁ ଏଡିପିଏଚ୍‌ଓ (ପରିବାର କଲ୍ୟାଣ)ଙ୍କ ଅଧିନରେ କାମ କରୁଥିଲେ। ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଦିଗରେ ତଦନ୍ତ କରୁଛି। ଏହି ଅର୍ଥ କାହାଠାରୁ ଆଦାୟ ହୋଇଛି ଏବଂ କେଉଁ ଅଧିକାରୀ ଏଥିରେ ସଂପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ। ବିଶେଷ ସୂତ୍ରରୁ ଭିଜିଲାନ୍ସ ବିଭାଗ ପାଇଥିଲା ଯେ ଶେଖର ବିଭିନ୍ନ ପ୍ରକାର ଅସଦ ଉପାୟରେ ବହୁ ପରିମାଣରେ ପଇସା ଆର୍ଜନ କରିଛନ୍ତି। କ୍ୟାସ କଲେକସନ କରି ରଖୁଛନ୍ତି ଓ ସେସବୁ ଧରି ବୁଲୁଛନ୍ତି। ତାଙ୍କର ଗତିବିଧୀ ଉପରେ ଭିଜିଲାନ୍ସ ବିଭାଗ ନଜର ରଖିଥିଲା।

ସୋମବାର ବୁଲୁଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରି ତାଙ୍କ ଗାଡିରୁ ୨ ଲକ୍ଷ ୮୦ ହଜାର ଟଙ୍କା କ୍ୟାସ ପାଇଥିଲେ ା ଉକ୍ତ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ତାଙ୍କୁ ପଚରାଉଚୁରା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯାଉଛି ବୋଲି ବାଲେଶ୍ୱର ଭିଜିଲାନ୍ସ ଏସପି ବୋଲି ଏସପି ଆର.ପ୍ରକାଶ କହିଛନ୍ତି।

Share