୯୦୦୦ କୋଟି ଏମଏସଏମଇଶିଳ୍ପକୁ ୨ ଲକ୍ଷ କୋଟି ଋଣ-ସେବି ହେବ ଅଧିକ ଶକ୍ତିଶାଳୀ…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଋଣ ଗ୍ୟାରେଣ୍ଟି ଏମଏସଏମଇ ପାଇଁ ଏକ ପୁନଃନିର୍ମାଣ ଯୋଜନା ଆସିବ। ୧ ଏପ୍ରିଲ ୨୦୨୩ ରୁ, ୯୦୦୦ କୋଟି ଶିଳ୍ପକୁ ଋଣ ରୂପେ ଦିଆଯିବ । ପ୍ରଧାନ ମନ୍ତ୍ର କୌଶଳ ବିକାଶ ଯୋଜନା ୪.୦ ଶୁଭାରମ୍ଭ କରାଯାଇଛି ଏବଂ ଏମଏସଏମଇମାନଙ୍କୁ ୨ ଲକ୍ଷ କୋଟି ଟଙ୍କା ଋଣ ଦେବାର ଯୋଜନା ରହିଛି।

ସେବିକୁ ଅଧିକ ଶକ୍ତିଶାଳୀ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେବି ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ ଦେବାରେ ସକ୍ଷମ ହେବ ଏବଂ ଆର୍ଥିକ ବଜାରରେ ଲୋକଙ୍କ ଅଂଶଗ୍ରହଣ ପାଇଁ ଏହା କରାଯିବ।

Share