Categories: ବାଣିଜ୍ୟ

ଟିଭିଏସ୍‌ ଆଇକ୍ୟୁବ୍‌ କିଣିଲେଣି ୨ ଲକ୍ଷ ଗ୍ରାହକ

ଭୁବନେଶ୍ୱର,୩୧।୧୦ : ଅଗ୍ରଣୀ ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଭୁବନେଶ୍ୱରରେ ମେଗା ଡେଲିଭରି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିନକରେ ୨୦୦ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ଗ୍ରାହକମାନଙ୍କୁ ହସ୍ତାନ୍ତର କରାଯାଇଛି। ୨୦୨୦ରେ ଟିଭିଏସ୍‌ ଆଇକ୍ୟୁବ୍‌ ଜରିଆରେ ଟିଭିଏସ୍‌ ମୋଟର କମ୍ପାନୀ ଇଲେକ୍ଟ୍ରିକ୍‌ ଗମନାଗମନ କ୍ଷେତ୍ରରେ ପ୍ରବେଶ କରିଥିଲା। ପ୍ରତି ମାସରେ ଅଭିବୃଦ୍ଧି ସହ ଟିଭିଏସ୍‌ ଆଇକ୍ୟୁବ୍‌ର ଦୁଇ ଲକ୍ଷରୁ ଅଧିକ ଗ୍ରାହକ ସୃଷ୍ଟି ହୋଇଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ଗ୍ରାହକ ଗତ ୬ ମାସରେ ଯୋଡ଼ି ହୋଇଛନ୍ତି। ବର୍ତ୍ତମାନ ସାରା ଭାରତରେ ଥିବା ୨୧୭ଟି ସହରର ୩୫୮ଟି ଡିଲରଶିପ୍‌ରେ ଟିଭିଏସ୍‌ ଆଇକ୍ୟୁବ୍‌ ଉପଲବ୍ଧ ହୋଇଛି। ଦୁଇ ଲକ୍ଷ ବିକ୍ରି ମାଇଲଖୁଣ୍ଟ ହାସଲ ଲାଗି ଟିଭିଏସ୍‌ ଆଇକ୍ୟୁବ୍‌ ଉପରେ୧୦ ହଜାର ଟଙ୍କା ଛାଡ଼ ପର୍ଯ୍ୟନ୍ତ ଅଫର ଘୋଷଣା କରାଯାଇଛି।

Share