ଭୁବନେଶ୍ୱରେ ପହଞ୍ଚିଲା ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା

ଭୁବନେଶ୍ୱର,୭।୫(ବ୍ୟୁରୋ): ଭୁବନେଶ୍ୱରରେ ଶୁକ୍ରବାର ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ପହଞ୍ଚିଛି। ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ। ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ ଟିକାର ଅଭାବ ଥିବାରୁ ବିଭିନ୍ନ କେନ୍ଦ୍ର ସମ୍ମୁଖରେ ଲୋକ ଘଣ୍ଟା ଘଣ୍ଟା ଛିଡା ହୋଇ ନିରାଶ ହୋଇ ଫେରୁଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ ରଖିବା ପାଇଁ ଆହୁରି ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି ।

Share