ଆସିଲା ୨ଲକ୍ଷ ଟିକା: ୫୦ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜ୍ୟରେ ରବିବାର ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚତ୍ଛି। ଏହି ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ସିଧା ରାଜ୍ୟ ଭାକ୍ସିନ ସେଣ୍ଟରକୁ ନିଆଯାଇଥିଲା। ସେଠାରୁ ଟିକାକୁ ରାଜ୍ୟର ବିଭିନ୍ନ ଜିଲାକୁ ପଠାଯିବ। ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟିକାକରଣକୁ ଜୋର୍‌ଦାର କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଟିକା ଅଭାବ ଯୋଗୁ ରାଜ୍ୟରେ ପ୍ରାୟ ୧ହଜାର ଟିକାଦାନ କେନ୍ଦ୍ର ବନ୍ଦ ରହିଥିଲା। ୪୨୭ଟି କେନ୍ଦ୍ରରେ ଟିକାଦାନ ଚାଲିଥିବାବେଳେ ୮ଟି ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଅଧିକ ଟିକା ଯୋଗାଇବା ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିବାବେଳେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ଟିକା ଅଭାବ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବା ସହ ଅଧିକ ଟିକା ଯୋଗାଣ ଉପରେ ଆଶାବ୍ୟକ୍ତ କରିଥିଲେ। ତେବେ ରାଜ୍ୟରେ ଗଚ୍ଛିତ ଥିବା ଟିକା ଓ ଆସିଥିବା ୨ଲକ୍ଷ ଟିକା ମଧ୍ୟ ଆସନ୍ତା ଦୁଇ ତିନିଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ସେପଟେ ରାଜ୍ୟରେ ୫୦ଲକ୍ଷ ଟପିଛି ଟିକାକରଣ। ରବିବାର ୫୨,୦୪୧ ଟିକାକରଣ ହୋଇଛି। ଏହାକୁ ମିଶାଇ ଏବେ ମୋଟ ଟିକାକରଣ ସଂଖ୍ୟା ୫୦,୧୦,୪୮୮ରେ ପହଞ୍ଚତ୍ଛି।

Share