CORONAVIRUS UPDATE: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଆଜି ଚିହ୍ନଟ ହୋଇଛନ୍ତି ୪୨୦୮ ପଜିଟିଭ୍‌

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୪,୨୦୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨,୪୬୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୪୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୭୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୫ ଏବଂ ଯାଜପୁରରୁ ୨୩୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୯୪, ବାଲେଶ୍ୱର ୧୧୮, ବରଗଡ଼ ୧୧୪, ଭଦ୍ରକ ୪୮, ବଲାଙ୍ଗୀର ୭୬, ବୌଦ୍ଧ ୨୯, ଦେବଗଡ଼ ୨୦, ଢେଙ୍କାନାଳ ୬୮, ଗଜପତି ୧୩, ଗଞ୍ଜାମ ୬୩, ଜଗତସିଂହପୁର ୧୮୧, ଝାରସୁଗୁଡ଼ା ୮୧, କଳାହାଣ୍ଡି ୧୧୬, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୮୨, କୋରାପୁଟ ୭୨, ମାଲକାନଗିରି ୬୧, ମୟୂରଭଞ୍ଜ ୧୫୪, ନବରଙ୍ଗପୁର ୧୩୧, ନୟାଗଡ଼ ୫୨, ପୁରୀ ୧୯୯, ନୂଆପଡ଼ା ୧୭୫, ରାୟଗଡ଼ା ୬୧, ସମ୍ବଲପୁର ୧୩୧, ସୋନପୁର ୨୬ ଏବଂ ସୁନ୍ଦରଗଡ଼ରୁ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୦,୧୦୯୬ ପହଞ୍ଚିଥିବା ବେଳେ ୩୯,୨୩୨ଜଣ ଚିକିତ୍ସିତ ହେଉଛନ୍ତି। ୭୬୭ ଜଣଙ୍କ ମୃତ୍ୟୁ ଘଟିଛି।

Share