ମହିଳାଙ୍କୁ ବଞ୍ଚାଇବା ପାଇଁ ଦୁର୍ଘଟଣାର ଶିକାର ହେଲେ ୨ ଆଇନଜୀବୀ

ନିଶ୍ଚିନ୍ତକୋଇଲି,୧୯।୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲର ନିକଟ କଟକ-ଚାନ୍ଦବାଲି ରାସ୍ତାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସାଲେପୁର କୋଟର ୨ ଆଇନଜୀବୀ ଗୁରୁତର ହୋଇଛନ୍ତିି। ସେମାନେ ହେଲେ ପ୍ରବୋଧ କୁମାର ଜେନା, ପ୍ରତାପ କୁମାର ଜେନା। ଉଭୟ ସାଲେପୁର କୋଟରୁ କାମ ସାରି ତହସିଲକୁ ଯାଉଥିଲା ବେଳେ ଜଣେ ମାସିକ ବିକାରଗ୍ରସ୍ତ ମହିଳା ଗାଡ଼ି ଆଗକୁ ଚାଲି ଆସିଥିଲେ। ସମ୍ପୃକ୍ତ ମହିଳାଙ୍କୁ ବଞ୍ଚାଇବା ପାଇଁ ଦୁଇ ଆଇନଜୀବୀ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Share