ଭୁବନେଶ୍ୱର ଅଫିସ,୧୦।୩(ବ୍ୟୁରୋ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଭାଜପା ନେତ୍ରୀ ଅର୍ପିତା ଅପରାଜିତ ବଡ଼ଜେନା ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ଦୁଇ ନେତ୍ରୀଙ୍କ ମଧ୍ୟରେ ଟୁଇଟ୍ ଯୁଦ୍ଧ ଲାଗିଛି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ନେଇ ବର୍ଷା ଭାଜପାକୁ ଟାର୍ଗେଟ କରିଥିବା ବେଳେ ବିଜେଡିର ଅପରାଧିକ ସାମ୍ରାଜ୍ୟର ଲମ୍ବା ତାଲିକା ଦେଇଛନ୍ତି ଅର୍ପିତା। ଦୁଇ ଯୁବ ନେତ୍ରୀଙ୍କ ଏପରି ଟୁଇଟ୍ ଯୁଦ୍ଧକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ମନ୍ତ୍ରୀ ଦାସ ହତ୍ୟାକୁ ମାସେରୁ ଅଧିକ ସମୟ ବିତିଥିବା ବେଳେ ଏହି ମାମଲାରେ ବିଧାୟିକା ବରିହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଟୁଇଟ୍ କରିଛନ୍ତି। ତେବେ ବର୍ଷାଙ୍କ ଟୁଇଟ୍ର ଜବାବ ଦେଇଛନ୍ତି ଭାଜପା ଯୁବ ମୋର୍ଚ୍ଚାର ଜାତୀୟ ଉପସଭାପତି ଅର୍ପିତା ଅପରାଜିତ ବଡ଼ଜେନା।
ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ ? ତେଣୁ ଆପଣଙ୍କୁ ମୋର ଅନୁରୋଧ,ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ।ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ମୃତ ବ୍ୟକ୍ତିଙ୍କ ସଂପର୍କରେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।
— Barsha Singh Bariha (@Barsha_bariha) March 10, 2023
କଳାହାଣ୍ଡି ଜିଲ୍ଲାର ମମିତା ମେହେର ଭଉଣୀ ସେ କଣ କରିଥିଲେ, ତାଙ୍କୁ ଯେଉଁଭଳି ବିଭତ୍ସ ଭାବେ ହତ୍ୟା କରାଗଲା । ଏଥିରେ ଆପଣଙ୍କ ଦଳର ସେତେବେଳର ମନ୍ତ୍ରୀ ସମ୍ପୃକ୍ତି ଅଛନ୍ତି କି ନାହିଁ ? ହତ୍ୟାକାରୀ ଆଜି ବାହାରେ ବୁଲୁଛନ୍ତି,ତଦନ୍ତ ଆଜି ଦିଗହରା ହୋଇଛି । ପୁରୀ ଜିଲ୍ଲା ନିମାପଡାର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା ।
— 🇮🇳 Arpita Badajena (@Arpita_Badajena) March 10, 2023