Advertisement

ଅକାଳରେ ଚାଲିଗଲା ୨ ଜୀବନ: ପୋଲିସ ତଦନ୍ତ ଜାରି

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗିର ଦୀପକ ଭୋଳଙ୍କ ମୃତଦେହ ରବିବାର ଏକ କାଜୁ ବଗିଚାରୁ ମିଳିଥିଲା। ସେହିଭଳି ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗିର ଲବଣୀ ନାୟକ ପୋଖରୀରେ ବୁଡି ଗତକାଲି ମୃତ୍ୟୁବରଣ କରିଛନ୍ତି। ସୋମବାର ଉଭୟଙ୍କ ମରଶରୀର ଭଞ୍ଜନଗର ମେଡ଼ିକାଲରେ ବ୍ୟବଛେଦ ହୋଇଛି। ଏନେଇ ଉଭୟ ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଚଣା-ବଡବୋରସିଙ୍ଗି ରାସ୍ତାର ଏକ କାଜୁ ଜଙ୍ଗଲରେ ଦୀପକଙ୍କ ମୃତଦେହ ଝୁଲିଥିବା ନେଇ ଗତକାଲି ସଂପୃକ୍ତ ଅଞ୍ଚଳବାସୀ ଦେଖିଥିଲେ। ଏହାପରେ ଗାଙ୍ଗପୁର ପୋଲିସକୁ ଲୋକେ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଧାର କରି ବ୍ୟବଛେଦ ପାଇଁ ଭଂଜନଗର ମେଡିକାଲକୁ ପଠାଇ ଦେଇଥିଲା। ଦୀପକ କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛନ୍ତି ତାହା ସଠିକ ଭାବେ ଜଣାପଡ଼ିନାହିଁ। ଦୀପକଙ୍କ ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ।

ସେହିଭଳି ତାରସିଂ ଥାନା ବଦାଙ୍ଗି ଗ୍ରାମ ପୋଖରୀରେ ଲବଣି ନାୟକ(୪୫) ବୁଡି ମୃତ୍ୟୁବରଣ କରିଛନ୍ତି। ଲବଣି ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share