ଆଗପଛ ହୋଇ ଆସୁଛି ୨ ଲଘୁଚାପ: ୧୩ ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୨।୭: ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଆଗପଛ ହୋଇ ଦାନା ବାନ୍ଧିପାରେ। ଏହା ପ୍ରଭାବରେ ବର୍ଷା ବଢ଼ିବା ନେଇ  ସମ୍ଭାବନା ରହିଛି। ତେବେ ଆସନ୍ତା ୧୩ ତାରିଖରୁ  ବର୍ଷା  ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୪ ତାରିଖ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।
ଏହା ଲଘୁଚାପ ରୂପ ମଧ୍ୟ ନେଇପାରେ । ଏହାର ଗତି ଉତ୍ତର- ପଶ୍ଚିମ ଆଡ଼କୁ ରହିବା ନେଇ ଆକଳନ କରାଯାଉଛି । ସେହିପରି ୧୯ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି, ଏହା ଲଘୁଚାପରେ ପରିଣତ ହେବାନେଇ ଆଶଙ୍କା ରହିଛି । ଏହା ମଧ୍ୟ  ଉତ୍ତର-ପଶ୍ଚିମକୁ ମୁହାଁଇପାରେ ।
ପାଣିପାଗ ବିଭାଗ ଦୁଇ ସପ୍ତାହ ପାଇଁ ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଜୁଲାଇ ୧୧ରୁ ୧୮ ତାରିଖ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ  ଭଲ ବର୍ଷା ସମ୍ଭାବନା ଅଛି । ୧୮ରୁ ୨୫ ତାରିଖ ଭିତରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ରାଜ୍ୟର ପଶ୍ଚିମ, ଦକ୍ଷିଣ, କେନ୍ଦ୍ରୀୟ ଓ ଉପକୂଳରେ ଅଧିକ ବର୍ଷିବ ।

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୨ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା...

ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟା ଅଞ୍ଚଳରେ ମିଳିବ ନୂଆ ପକ୍କା ଘର, ଏମାନେ ପାଇବେ…

ଭୁବନେଶ୍ୱର,୨୫।୧୦: ରାଜ୍ୟ ସରକାରଙ୍କ ବଡ ଘୋଷଣା । ମିଳିବ ପକ୍କା ଘର । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଏ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଦାରିଙ୍ଗବାଡିରେ ଅଭୁଲାସ୍ମୃତି ପଢ଼ି, ବଡିଓଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି,୨୪।୧୦(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ମୁଁ ୨୦୧୪ରେ ଯାଇଥିଲି। ବହୁଦିନ ଧରି ଦାରିଙ୍ଗବାଡିରେ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲି। ଗାଁଗାଁ ବୁଲି ଆଦିବାସୀ ଲୋକଙ୍କୁ...

ବାତ୍ୟା ପରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ ପ୍ରଭାବିତ ଜିଲାରେ ଫସଲର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୬ ଓ ୨୭ ତାରିଖ...

ଦାନାର ପ୍ରକୋପ: ବୁଡିଗଲା ପଞ୍ଚଲିଙ୍ଗେଶ୍ୱର, ମନ୍ଦିର ଭିତରେ ପଶିଲା ପାଣି…

ନୀଳଗିରି ୨୫।୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଦାନା’ ଓଡ଼ିଶା ଉପକୂଳରେ ମାଡ ହୋଇଛି। ପାଣିପାଗ ବିଭାଗର...

କନ୍ଧମାଳରେ ଏନ୍‌କାଉଣ୍ଟର: ମାଓବାଦୀ ନିହତ

ବାଲିଗୁଡ଼ା,୨୫।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଶୁକ୍ରବାର ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri