ଝାରସୁଗୁଡା ଅଫିସ,୪।୧୧: ଝାରସୁଗଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଖଲିଆକାନୀ ସିଏଚ୍ସି ହସ୍ପିଟାଲ କ୍ବାଟରରୁ ଅକ୍ଟୋବର ୩ ତାରିଖ ରାତିରେ ଏକ ଲାପଟପ୍ ଚୋରି ହୋଇଥିଲା । ଏନେଇ ଷ୍ଟାଫ୍ ନର୍ସ ମଥୁରା ରଥ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ବ୍ରଜରାଜନଗର ଥାନା ପୋଲିସ ଏକ ମାମଲା (ନଂ.୨୮୯/୨୧) ରୁଜୁ କରିଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଶାସ୍ତ୍ରୀନଗର ଝୁମ୍ପୁଡିପଡ଼ାର ମୁଖ୍ୟ ଅଭିଯୁକ୍ତ ଚୁନୁ ଏକ୍କା(୨୦) ଓ ରାମଦୟାଲ ନାମଦେଓ(୩୫)। ପୋଲିସ ଗୁରୁବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ପୋଲିସ ଏକ୍ ଲାପ୍ଟପ ଏବଂ ମୋବାଇଲ ଫୋନ ଜବତ କରିଛି।