ସୋର୍ଲୁକୋଣ୍ଡା ବ୍ୟାରେଜର ୨ ମୁଖ୍ୟ ଫାଟକ ଅଚଳ

ବାଲିମେଳା,୨୮ା୭(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ରହିଛି ପୋଟେରୁ ଜଳ ସେଚନ ପ୍ରକଳ୍ପର କାର୍ଯ୍ୟାଳୟ। ଜିଲାର ଚାଷୀଙ୍କୁ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଲକୋଣ୍ଡା ଠାରେ ଥିବା ବ୍ୟାରେଜରୁ ତମସା ଓ ଗୋମ୍ଫାକୋଣ୍ଡା ଦୁଇଟି ମୁଖ୍ୟ କେନାଲ ଦ୍ୱାରା ଚାଷ ପାଇଁ ଆବଶ୍ୟକ ଜଳ ଯୋଗାଇ ଦିଆଯାଉଛି। ତେବେ ପୋଟେରୁ ଜଳସେଚନ ପ୍ରକଳ୍ପ ଦ୍ବାରା ହେଉଥିବା ଉନ୍ନତମାନର କାର୍ଯ୍ୟକୁ ଦୃଷ୍ଟିରେ ରଖି ଗତ କିଛିଦିନ ତଳେ ନୂଆଦିଲ୍ଲୀ ଠାରେ ଏହି ପ୍ରକଳ୍ପକୁ ପ୍ଲଟିନମ ପୁରସ୍କାର ମଧ୍ୟ ମିଳିଛି । ତେବେ ୪୦ରୁ ଊର୍ଦ୍ଧ୍ୱ ବର୍ଷ ତଳେ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଲକୋଣ୍ଡାଠାରେ ନିର୍ମିତ ବ୍ୟାରେଜର ୫ଟି ମୁଖ୍ୟ ଫାଟକ ମଧ୍ୟରୁ ବର୍ତ୍ତମାନ ୨ଟି ଫାଟକ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିରହିଛି । ସୋର୍ଲକୋଣ୍ଡା ବ୍ୟାରେଜକୁ ବିଦ୍ୟୁତ୍‌ ଯୋଗାଣ ପ୍ରାୟ ଦୁଇବର୍ଷ ହେବ ବନ୍ଦ ରହିଛି। ସେଠାରେ ଥିବା ଗୋଟିଏ ଜେନେଟରରୁ ବାହାରୁଥିବା ବିଦ୍ୟୁତ୍‌ ଦ୍ୱାରା ଗେଟଗୁଡିକ ଖୋଲିବା ଓ ବନ୍ଦ କରିବା କରାଯାଉଛି । ପ୍ରାୟ ୪ବର୍ଷ ହେବ ବ୍ୟାରେଜରେ ଥିବା ୫ ନମ୍ବର ଗେଟର ଟନେଲ ଛିଣ୍ଡି ଯାଇଥିବାରୁ ଉକ୍ତ ଗେଟ୍‌ଟି ସେବେଠାରୁ ମରାମତି ନ ହୋଇ ଏପର୍ଯ୍ୟନ୍ତ ପଡି ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜିଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ବର୍ଷା ଜଳ ବାଲିମେଳା ନଦୀରେ ପ୍ରବେଶ କରିବା ପରେ ନଦୀ ଫୁଲିବା ସହ ବ୍ୟାରେଜରେ କ୍ଷମତାଠାରୁ ଅଧିକ ପରିମାଣର ପାଣି ଜମା ହୋଇଥିଲା। ଅତ୍ୟଧିକ ପାଣି ହେବାରୁ ଫାଟକଗୁଡିକ ଉପରଦେଇ ପାଣି ନିଷ୍କାସିତ କାଯାଇଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି। ଏଭଳି ସ୍ଥିତିରେ ଉକ୍ତ ବ୍ୟାରେଜରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଜେନେରେଟର ଷ୍ଟାର୍ଟ କରି ଫାଟକ ଖୋଲିବାକୁ ଉଦ୍ୟମ କରିଥିଲେ। ଜେନେରେଟର ଷ୍ଟାର୍ଟ ନ ହେବାରୁ କର୍ମଚାରୀମାନେ ହ୍ୟାଣ୍ଡେଲ ଜରିଆରେ ୩ନମ୍ବର ଫାଟକ ଖୋଳୁଥିବା ସମୟରେ ଜଳର ଚାପ ଯୋଗୁ ଫାଟକ ଖୋଲିବାରେ ସମସ୍ୟା ଉପୁଜିଥିଲା। ଏହି ସମୟରେ ସେଥିରେ ଲଗାଯାଇଥିବା ଲୁହାର ଚେନ୍‌ ଛିଡିଯାଇଥିଲା। ଫଳରେ ଏବେ ବ୍ୟାରେଜର ଦୁଇଟିଯାକ ଗେଟ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି । ଅନ୍ୟ ୩ଟି ଗେଟରେ ଜଳ ନିଷ୍କାସନ ପାଇଁ ଏହାକୁ ଖୋଲାଯାଇଛି। ଆସନ୍ତା ୩୦ ପର୍ଯ୍ୟନ୍ତ କିମ୍ବା ଆବଶ୍ୟକ ହେଲେ ପାଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତମସା ଓ ଗୋମ୍ଫାକୋଣ୍ଡା କେନାଲରେ ଜଳ ଯୋଗାଣ ବନ୍ଦ ରଖାଯିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୀର୍ଘ ଦୁଇ ବର୍ଷ ଧରି ବ୍ୟାରେଜରେ ବିଦ୍ୟୁତ୍‌ ବ୍ୟବସ୍ଥା ବନ୍ଦ ରହିବା ସହ ଅଚଳ ହୋଇ ପଡିଥିବା ୫ନମ୍ବର ଫାଟକକୁ ମରାମତି ମଧ୍ୟ କରାଗଲା ଯାଇନାହିଁ। ରକ୍ଷଣା ବେକ୍ଷଣ ଅଭାବରୁ ଦୁଇଦିନ ତଳେ ୩ ନମ୍ବର ଫାଟକ ଅଚଳ ହୋଇ ପଡିରହିଛି। ଏପରି ସମସ୍ୟା ଯୋଗୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ଏସମ୍ପର୍କରେ ଉକ୍ତ ବ୍ୟାରେଜ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଗେଟ ଗୁଡିକ ମରାମତି କରିବା ସମ୍ପର୍କରେ ଆମ୍ବାଗୁଡାଠାରେ ଥିବା ମେକାନିକାଲ ଡିଭିଜନକୁ ରିକୁଏଶନ ପଠାଯାଇଛି। କିଛିଦିନ ତଳେ ଡିଭିଜନ ପକ୍ଷରୁ ଏହାର ମରାମତି ନିମନ୍ତେ ଏକ ଟିମ୍‌ ଆସି ସର୍ଭେ କରିଯାଇଥିବା ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri