ବିନା ଅନୁମମତିରେ ସଲମାନଙ୍କ ଫାର୍ମହାଉସରେ ପଶିଥିଲେ ୨ ବ୍ୟକ୍ତି: ଗିରଫ କଲା ପୋଲିସ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାନଭେଲ୍‌ ସ୍ଥିତ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ, ଉଭୟ ଲୋକ ଅନ୍ୟ ରାଜ୍ୟରୁ ଆସି ଫିଲ୍ମ ଷ୍ଟାରଙ୍କୁ ଦେଖିବା ପାଇଁ ମୁମ୍ବାଇ ଆସିଥିଲେ। ଙ୍‌ଉଭୟ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି।
ସଲମାନ ଖାନଙ୍କ ଅର୍ପିତା ଫାର୍ମହାଉସର ମୁଖ୍ୟ ଫାଟକର ବାମ ପାର୍ଶ୍ୱରେ ଥିବା ସୀମା ନିକଟରେ ଥିବା ଗଛ ଦେଇ ଦୁଇ ଜଣ ଲୋକ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଜାନୁଆରୀ ୪ରେ ଏହି ଘଟଣା ଘଟିଥିଲା। ଦିନ ପ୍ରାୟ ୪ଟା ସମୟରେ ଦୁଇଜଣ ବ୍ୟକ୍ତି ବିନା ଅନୁମତିରେ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା କରିବାବେଳେ ସୁରକ୍ଷା କର୍ମୀ ଅଭିଯୁକ୍ତଙ୍କୁ ଦେଖିଥିଲେ। ଉଭୟ ଅଭିଯୁକ୍ତଙ୍କୁ ଫାର୍ମ ହାଉସରେ ପ୍ରବେଶ କରିବାର କାରଣ ପଚରାଯାଇଥିଲା, ସେମାନେ କୌଣସି ଉତ୍ତର ଦେଇ ନ ଥିଲେ।
ପୋଲିସ କହିଛି ଯେ, ଉଭୟ ଲୋକ ଅନ୍ୟ ରାଜ୍ୟରୁ ଆସି ଫିଲ୍ମ ଷ୍ଟାର ଦେଖିବା ପାଇଁ ମୁମ୍ବାଇ ଆସିଥିଲେ। ଉଭୟଙ୍କ ବିରୋଧରେ ଟ୍ରେସ ପାସିଂ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ଉଭୟ ଜେଲରେ ଅଛନ୍ତି।

Share